ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟାର ପଳାସ ବଣିଆ ଛକ ନିକଟରେ ଶନିବାର ପୂର୍ବାହ୍ନରେ ପିକ୍‌ଅପ୍‌ ଧକ୍କାରେ ଜଣେ ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ତେଣ୍ଟଲୋଇ ଗ୍ରାମର ହାଡିବନ୍ଧୁ ବାଘ ବୋଲି ଜଣାପଡିଛି।
ପ୍ରକାଶ ଯେ, ପିକ୍‌ଅପ୍‌ଟି ଛେଣ୍ଡିପଦାରୁ କୁକୁଡ଼ା ଅନ୍‌ଲୋଡ କରି ଜରପଡ଼ା ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଡିବନ୍ଧୁଙ୍କୁ ଧକ୍କା ଦେବା ସହ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ଲାଗି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏ ନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁକରି ପୋଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।