ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି । ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଉଛନ୍ତି କଟକ ବକ୍ସି ବଜାର ବଣିଆ ସାହିର ଶିଳ୍ପାଶ୍ରୀ ସାହୁ।
କଟକ ବାଦାମବାଡି ନିକଟସ୍ଥ AR CREATIONକୋଚିଂ ସେଣ୍ଟର ପିଲାମାନେ ଆସିଥିଲେ। ବେଲେଶ୍ୱର ନିକଟ କୋକୋପାମ ଫାର୍ମ ହାଉସରେ ନାଚଗୀତ ପରେ ସମୁଦ୍ରରେ ସ୍ନାନ ବେଳେ ଅଘଟଣ ଘଟିଛି। ମୃତଦେହ ଜବତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


