Posted inଜାତୀୟ

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ ଜେଇଏମ୍‌ ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ନେଉଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ପାକ୍‌ସେନାର ସହଯୋଗକ୍ରମେ ଏହି ପ୍ରଶିକ୍ଷଣ ଚାଲିଛି। ପିଓକେରେ ଏବେ ପ୍ରାୟ ୫୦ ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ଥିବା ଜଣାପଡ଼ିଛି। ସୀମାକୁ ଲାଗିଥିବା ଜମ୍ମୁ-କଶ୍ମୀରର ନିଲମ୍‌, ଲିପା ଓ ଟଙ୍ଗଧର ଭ୍ୟାଲିରେ ଏହି ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ ସବୁ ରହିଛି। ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଛି।
ନିଲମ୍‌ ଭ୍ୟାଲିରେ ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୬ରୁ ୧୦ ପାକ୍‌ ସମର୍ଥତ୍ତ ଆତଙ୍କବାଦୀ ନିହତ ହେବାର ୩ ମାସ ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଭାରତରେ ଅନୁପ୍ରବେଶ କରି ଏମାନେ ଜମ୍ମୁ-କଶ୍ମୀର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଥିବା ଗୋଇନ୍ଦା ରିପୋର୍ଟରେ ସତର୍କ କରାଯାଇଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏଭଳି ଗୋଇନ୍ଦା ରିପୋର୍ଟ ମିଳିବା ପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତର ବିଭିନ୍ନ ସହରରେ ଏଥିଲାଗି ହାଇଆଲର୍ଟ ଜାରି କରାଯାଇଛି। ବାଲାକୋଟ୍‌ ଏୟାର୍‌ଷ୍ଟାଇକ୍‌ ପରେ ‘ପିଓକେ’ର ଅନେକ ଆତଙ୍କବାଦୀ ଶିବିର ଭାରତ ଧ୍ୱଂସ କରିଥିବାବେଳେ ଏବେ ଏଗୁଡ଼ିକ ପୁଣି ସକ୍ରିୟ ହୋଇଉଠିଛି। କେରନ୍‌ ଓ ପୁଞ୍ଚ୍‌ ସେକ୍ଟର ନିକଟରେ ପାକ୍‌ କମାଣ୍ଡୋମାନେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କ ଭାଇ ମୁଫ୍‌ତି ରୌଫ୍‌ ଅସ୍‌ଗର ଭାରତରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିବା ଗୋଇନ୍ଦା ରିପୋର୍ଟରୁ ପ୍ରକାଶ। ୩୭୦ ଅନୁଚ୍ଛେଦ ଉଠିଯିବା ପରେ ଏମାନେ ରକ୍ତମୁଖା ହୋଇପଡ଼ିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri