Categories: ଜାତୀୟ

ପିଓକେରେ ପୁଣି ଭୂକମ୍ପ: ୫୩ ଆହତ

ଇସଲାମାବାଦ,୨୬।୯: ପାକିସ୍ତାନ ଅଧିକୃତ କଶ୍ମୀରରେ ସପ୍ତାହକ ଭିତରେ ଦ୍ୱିତୀୟଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା ବୋଲି ଜଣାପଡିଛି। ଭୂକମ୍ପର କେନ୍ଦ୍ରସ୍ଥଳ ମୀରପୁର ହୋଇଥିଲାବେଳେ ଏହା ପାକିସ୍ତାନର ଇସାଲାମାବାଦ, ଲାହୋର ଆଦି ଅଞ୍ଚଳରେ ଅନୁଭୂତ ହୋଇଛି। ଗତଥର ଅପେକ୍ଷା ଏଥର ତୀବ୍ରତା କମ୍‌ ଥିଲେ ମଧ୍ୟ ଭୂକମ୍ପରେ ୫୩ ଜଣ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାରେ ଘର ଭୁଷୁଡି ପଡିଥିଲାବେଳେ ଲୋକ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।

Share