ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ୪ଜଣ ଜବାବ ଦେଇଥିଲୁ: ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପୋଲିସର ଗୁରୁଦାୟିତ୍ୱ। ବିଶେଷ କରି ମାଓବାଦୀ ଓ ଏହାର ଟୁକୁରା ସଂଗଠନ ପିଏଲ୍‌ଏଫ୍‌ଆଇ(ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ), ସିମି ଭଳି ହିଂସା ସୃଷ୍ଟିକାରୀ ସଂଗଠନ ଏବଂ କୁଖ୍ୟାତ ଅପରାଧୀମାନଙ୍କୁ ଦମନ କାର୍ଯ୍ୟରେ ପୋଲିସ ନିୟୋଜିତ ରହିଛି। ଏଥିରେ ଅନେକ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ନଜିର ରହିଛି। ଜୀବନ ପ୍ରତି ବିପଦ ଥିବା ଯୋଗୁ ସେମାନଙ୍କୁ ଗିରଫ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ହେଲେ ଏଭଳି ଏକ ଚ୍ୟାଲେଞ୍ଜରେ ସଫଳ ହୋଇଥିବା କହିଛନ୍ତି ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ। ଘଞ୍ଚ ଜଙ୍ଗଲ ସଂଲଗ୍ନ ପାହାଡ଼ ଉପରେ ଆମେ ୪ ଜଣ ରାତିଅଧିଆ ଅପରେଶନ ଚଳାଇ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗୁଳିରେ ଜବାବ ଦେଇଥିଲୁ ବୋଲି ସ୍ବାଇଁ କହିଛନ୍ତି। ଏହି ଘଟଣା ତାଙ୍କ ଚାକିରି ଜୀବନର ଶ୍ରେଷ୍ଠ ଅନୁଭୂତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଉକ୍ତ ଅପରେଶନ ପାଇଁ ପରବର୍ତ୍ତୀ ସମୟରେ ତାଙ୍କ ଟିମ୍‌କୁ ଡିଜିପି ପୁରସ୍କୃତ କରିଥିଲେ।

୨୦୧୩ ଅଗଷ୍ଟ ୨ ରାତିରେ ଘଟିଥିଲା ସେହି ଘଟଣା। ସ୍ବାଇଁ କହିଛନ୍ତି ଯେ, ମୁଁ ସେତେବେଳେ ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲି। ସନ୍ଧ୍ୟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଏକ ଖବର ମିଳିଥିଲା ଯେ, ଡେମୁଲ ଝରଣ ଜଙ୍ଗଲର ପାହାଡ଼ରେ ୫ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟ ଲୁଚି ରହିଛନ୍ତି। ସେମାନେ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଛନ୍ତି। ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ମୁଖ୍ୟତଃ ସୁନ୍ଦରଗଡ଼ ଜିଲା ସମେତ ପଡ଼େଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ରହି ଅପରାଧ ଘଟାଇଥାନ୍ତି। ସେମାନେ ବ୍ୟାଙ୍କ୍‌ ଲୁଟ, ଡକାୟତି, ହତ୍ୟା, ଅପହରଣ, ସରକାରୀ କାର୍ଯ୍ୟରେ ବାଧା ସମେତ ରାସ୍ତା କିମ୍ବା ଅନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଅପହରଣ କରି ଟଙ୍କା ମାଗନ୍ତି। ଖବର ମିଳିବା ପରେ ଭାବିଲି ଯେ, ଜଙ୍ଗଲକୁ ଅଧିକ ଫୋର୍ସ ନେଇଗଲେ ପିଏଲ୍‌ଏଫ୍‌ଆଇ ଗୁପ୍ତଚର ଖବର ପାଇଯିବେ। ତେଣୁ ଜଣେ ଏସ୍‌ଆଇ, ଜଣେ କନ୍‌ଷ୍ଟେବଳ ଓ ଜଣେ ହାବିଲଦାରଙ୍କୁ ନେଇ ଅପରେଶନରେ ବାହାରିଲି। ପୋଲିସ ଗାଡ଼ି ନ ନେଇ ବାଇକରେ ରାତି ପ୍ରାୟ ଗୋଟାଏ ସମୟରେ ଡେମ୍ବୁଲ ଝରଣ ଜଙ୍ଗଲ ଅଭିମୁଖେ ବାହାରିଲୁ। ଆମ ସମସ୍ତଙ୍କ ପାଖରେ ପିସ୍ତଲ ଥିଲା। ପ୍ରଥମେ ବାଇକକୁ ପାହାଡର ଏକ କିଲୋମିଟର ଦୂର ବୁଦାରେ ଲୁଚାଇ ପାହାଡ ଉପରକୁ ଚଢ଼ିଥିଲୁ। ଜାଗା ଦେଖାଇବା ପାଇଁ ସାଥିରେ ଯାଇଥିବା ଖବରୀ ପାହାଡ଼ ଦେଖାଇ ଦେଇ ଚାଲି ଯାଇଥିଲେ। ରାତି ପ୍ରାୟ ୩ଟାରେ ଆମେ ପାହାଡ଼ ଉପରେ ପହଞ୍ଚିଥିଲୁ। ଉପରେ ପ୍ରଶସ୍ତ ସ୍ଥାନ ଥିବା ଦେଖିବାକୁ ମିଳିଥିଲା। ଏକ ଗଛମୂଳେ ଲୁଚି ରହି ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ଗତିବିଧି ଜାଣିବାକୁ ଚେଷ୍ଟା କଲୁ। ଅନ୍ଧାର ଯୋଗୁ ସେଠାକାର ସ୍ଥିତି ବିଷୟରେ ଜାଣିବା ଅତ୍ୟନ୍ତ କଷ୍ଟକର ଥିଲା। ହେଲେ ବହୁ କଷ୍ଟରେ ଜାଣିବାକୁ ପାଇଲୁ ଯେ, ଜଣେ ଲୋକେ କାନ୍ଧରେ ବନ୍ଧୁକ ପକାଇ ପଇଁତରା ମାରୁଥିଲେ ଏବଂ ଅନ୍ୟ ୪ଜଣ ଶୋଇଥିଲେ। କିନ୍ତୁ ଗଛର ପତ୍ର ଓ ଡାଳ ଖଡ଼ ଖଡ଼ ହୋଇଯିବାରୁ ସେମାନେ ପୋଲିସ ଥିବା ଜାଣିପାରି ଗୁଳିଚାଳନା କରିଥିଲେ। ଆମେ ବି ପାଲଟା ଜବାବ ଦେଲୁ। ଏହି ସମୟ ମଧ୍ୟରେ ଏକ ଚିତ୍କାର ସାଙ୍ଗକୁ ପାହାଡ଼ ତଳକୁ ଖସି ପଳାଇଯିବାର ଶବ୍ଦ ଶୁଣାଗଲା। କିଛି ସମୟ ପରେ ଶୂନ୍‌ଶାନ ଲାଗିଲା। ଆମେ ସତର୍କତାର ସହ ଆଗକୁ ବଢ଼ିଲୁ। ଅଳ୍ପବାଟ ଯିବା ପରେ ଏକ ସ୍ଥାନରେ ରକ୍ତ ପଡ଼ିଥିବାବେଳେ ୧୦ଟି ବନ୍ଧୁକ, ୩ଟି ପିସ୍ତଲ, ୧୪୦ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଗୁଳିମାଡ଼ରେ ଆହତ ହୋଇଥିବା ରକ୍ତ ଛିଟାରୁ ଜଣାପଡ଼ିଥିଲା। ସେମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ୧୦ ଦିନ ପରେ ୨ ପିଏଲ୍‌ଏଫଆଇ ସଦସ୍ୟଙ୍କୁ ସେହି ଜଙ୍ଗଲ ନିକଟରୁ ଗିରଫ କରାଯାଇଥିଲା ବୋଲି ଆଇଆଇସି ସ୍ବାଇଁ କହିଛନ୍ତି।

– ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ହେଉଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri