Categories: ବାଣିଜ୍ୟ

ପିଏମ୍‌ କେୟାର୍ସ ପାଣ୍ଠିକୁ ରିଲାଏନ୍ସର ୫୦୦ କୋଟି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ବିରୋଧରେ ଲଢ଼େଇରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଯୋଗଦାନ ରଖିଛି। କମ୍ପାନୀ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦାନ କରିଛି। ଏହାବାଦ ଗୁଜରାଟ ଏବଂ ମହାରାଷ୍ଟ୍ର ସରକାରଙ୍କ ପାଣ୍ଠିକୁ ୫ କୋଟି ଲେଖାଏ ଅର୍ଥ ରାଶି ଏହା ପ୍ରଦାନ କରିଛି। ସେହିଭଳି କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଲାଗି ୧୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ସୁବିଧା, ୧୦ ଦିନରେ ୫୦ ଲକ୍ଷ ମାଗଣା ମିଲ୍‌, ସ୍ବାସ୍ଥ୍ୟ କର୍ମୀଙ୍କୁ ୧ ଲକ୍ଷ ଦୈନିକ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଜରୁରୀ ସେବାରେ ଲାଗିଥିବା ଯାନଗୁଡିକୁ ତୈଳ ଯୋଗାଣ, ଜିଓର ନିରନ୍ତର ସଂଯୋଗ ସେବା ଏବଂ ରିଲାଏନ୍ସ ରିଟେଲର ଜରୁରୀ ସାମଗ୍ରୀ ସେବା ଯୋଗାଣ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। କରୋନା ବିରୋଧୀ ଲଢ଼େଇରେ ସମସ୍ତେ ଏକାଠି ହେବାର ଆବଶ୍ୟକତା ରହିଛି। ଭାରତ ଏହି ଲଢ଼େଇରେ ନିଶ୍ଚିତ ଭାବେ ଜିତିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।

Share