Categories: ବାଣିଜ୍ୟ

ପିଏମ୍‌ସି ବ୍ୟାଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଆଯାଇଛି: ସୀତାରାମନ

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍‌ (ପିଏମ୍‌ସି) ବ୍ୟାଙ୍କ ଜମାକାରୀଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଆଶ୍ୱାସନା ଦେଇଛନ୍ତି। ଏହି ମାମଲା ଉପରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସହ ଆଲୋଚନା କରିଥିବା ସୀତାରାମନ କହିଛନ୍ତି। ସେ କହିଛନ୍ତି ଯେ, ପିଏମ୍‌ସି ବ୍ୟାଙ୍କ ସମସ୍ୟା ସମାଧାନକୁ ସରକାର ଗୁରୁତ୍ୱ ସହ ନେଇଛନ୍ତି। ସମସ୍ୟାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ନର ପ୍ରତିଶ୍ରୁତି ଦେଇଥିବା ସୀତାରାମନ କହିଛନ୍ତି। ବ୍ୟାଙ୍କ ଉପରେ ବର୍ତ୍ତମାନ ନିୟାମକ କଟକଣା ଲାଗୁ ହୋଇଛି। ଗ୍ରାହକମାନେ ୨୫ ହଜାର ଟଙ୍କା ଉଠାଣ କରିବାକୁ ସକ୍ଷମ ହେଉଛନ୍ତି। ଗ୍ରାହକଙ୍କ ସମସ୍ୟାକୁ ବୁଝୁଛୁ ବୋଲି ସୀତାରାମନ ଟୁଇଟରେ କହିଛନ୍ତି। ମୋଟ ୯ ହଜାର କୋଟି ଟଙ୍କାର ଅଗ୍ରୀମ ମଧ୍ୟରୁ ଏଚ୍‌ଡିଆଇଲକୁ ବ୍ୟାଙ୍କ ୭୦% ଋଣ ଦେଇଛି। ଏଥିରେ ଋଣ ଠକେଇ ହୋଇଥିବାରୁ ବ୍ୟାଙ୍କର ସ୍ଥିତି ବର୍ତ୍ତମାନ ପ୍ରଭାବିତ ହୋଇଛି। ବ୍ୟାଙ୍କିଙ୍ଗ ମାମଲାରେ ରିଜର୍ଭ ବ୍ୟାଙ୍କ ନିୟାମକ ହୋଇଥିବାରୁ ଅର୍ଥ ମନ୍ତ୍ରଣାଳୟ ପ୍ରତ୍ୟକ୍ଷ ଭାବେ କିଛି କରି ପାରିବ ନାହିଁ ବୋଲି ସୀତାରାମନ କହିଥିଲେ। ବହୁ ରାଜ୍ୟରେ କାର୍ଯ୍ୟକରୁଥିବା କୋଅରେଟିଭ ବ୍ୟାଙ୍କଗୁଡିକର ଆଇନରେସଂଶୋଧନ କରାଯିବାକୁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

Share