Categories: ଜାତୀୟ

ପିଏମ୍‌ସି ବ୍ୟାଙ୍କ୍‌ ଠକେଇ ମାମଲା: ମହାରାଷ୍ଟ୍ରର ୬ଟି ସ୍ଥାନରେ ଇଡି ଚଢାଉ

ମୁମ୍ବାଇ,୪।୧୦: ପଞ୍ଜାବ ଏବଂ ମହାରାଷ୍ଟ କୋଅପରେଟିଭ୍‌ ବ୍ୟାଙ୍କ୍‌ ଠକେଇ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମୁମ୍ବାଇର ୬ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ମାମଲାରେ ହାଉସିଂ ଡେଭଲୋପମେଣ୍ଡ ଇନଫ୍ରାଷ୍ଟ୍ରକ୍‌ଚର୍‌ ଲିମିଟେଡ(ଏଚଡିଆଇଏଲ)ର ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ କମ୍ପାନୀର ୩୫୦୦ କୋଟି ସମ୍ପତ୍ତି ଜବତ କରାଯାଇଛି। ଏହି ମାମଲାରେ ବ୍ୟାଙ୍କର ବହୁ ଉଚ୍ଚପଦସ୍ଥ କର୍ମଚାରୀ ସାମିଲ ଥିବା ଜଣାପଡିଛି। ପୋଲିସ ୧୭ ଜଣଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ୍‌ ଜାରି କରିଛନ୍ତି।

Share