Categories: ବାଣିଜ୍ୟ

ପିଏମ୍‌ସି ଜମାକାରୀଙ୍କ ଉଠାଣସୀମା ୫୦ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ,୬-୧୧: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ(ପିଏମ୍‌ସି) ଜମାକାରୀଙ୍କ ଲାଗି ଖୁସି ଖବର। ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ପିଏମ୍‌ସି ଜମାକାରୀଙ୍କ ଉଠାଣ ସୀମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛି। ଏହା ପୂର୍ବରୁ ୪୦,୦୦୦ ଟଙ୍କା ରହିଥିଲା। ଏହି ବ୍ୟାଙ୍କରେ ବୃହତ୍‌ ପରିମାଣର ଋଣ ଠକେଇ ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଉଠାଣ ଉପରେ କଟକଣା ଲଗାଇବା ସହ ଲୋକମାନେ ମାତ୍ର ୧ ହଜାର ଟଙ୍କା ଉଠାଇବାକୁ ସକ୍ଷମ ହେବେ ବୋଲି କହିଥିଲା। ସେପ୍ଟେମ୍ବର ୨୩ରେ ଏହି ସୀମାକୁ ୪୦ ହଜାର ଟଙ୍କାକୁ ବଢାଯାଇଥିଲା। ସୂଚନା ଯୋଗ୍ୟ, ବ୍ୟାଙ୍କରେ ଟଙ୍କା ଥାଇ ମଧ୍ୟ ଲୋକମାନେ ଏହାକୁ ଉଠାଣରେ ସକ୍ଷମ ନ ହେବା ଯୋଗୁ ନାହିଁ ନ ଥିବା ଅସୁବିଧା ସାମ୍ନା କରିଥିଲେ। ଏହାକୁ ନେଇ ଲୋକମାନେ ବିକ୍ଷୋଭ କରିବା ସହ ନିର୍ମଳା ସୀତାରାମନଙ୍କ ହସ୍ତକ୍ଷେପ ଲୋଡିଥିଲେ। ଲୋକଙ୍କ ଅସୁବିଧାକୁ ଧ୍ୟାନରେ ରଖି ଉଠାଣକୁ ଧୀରେ ଧୀରେ କୋହଳ କରାଯାଉଥିବା ଜଣାପଡିଛି।

Share