Categories: ବାଣିଜ୍ୟ

ପିଏମ୍‌ଜିକେପିରେ ୪୨ କୋଟି ଲୋକଙ୍କୁ ମିଳିଲା ସହାୟତା

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମ୍‌ଜିକେପି) ଅନ୍ତର୍ଗତ ଦେଶର ୪୨ କୋଟି ଲୋକଙ୍କୁ ସରକାର ସହାୟତା ଯୋଗାଇ ଦେଇଛନ୍ତି। ଏହି ଯୋଜନାରେ ହିତାଧିକାରୀମାନେ ୬୫,୪୫୪ କୋଟି ଟଙ୍କାର ସହାୟତା ଲାଭ କରିଛନ୍ତି। କୋଭିଡ୍‌-୧୯ ଯୋଗୁ ଲୋକଙ୍କର ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ସଙ୍କଟଜନକ ସ୍ଥିତି ଉପୁଜିଛି। ଲୋକଙ୍କୁ ସହାୟତା କରିବା ଲାଗି ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମାର୍ଚ୍ଚ ୨୬ରେ ଘୋଷଣା କରିଥିବା ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନ୍ତର୍ଗତ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି।

Share