Categories: ବାଣିଜ୍ୟ

ପିଏନ୍‌ବିର ନୂଆ ସିଏଲ୍‌ପିସି ଶୁଭାରମ୍ଭ

ଭୁବନେଶ୍ୱର,୧୭-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ସ୍ଥାନୀୟ ଜୟଦେବ ବିହାରଠାରେ ଏକ କେନ୍ଦ୍ରୀକୃତ ଋଣ ପ୍ରୋସେସିଂ ସେଣ୍ଟର(ସିଏଲ୍‌ପିସି) ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୈୟ କୁମାର ଆଜାଦ ଏହାକୁ ଉନ୍ମୋଚନ କରିଥିଲେ। ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣ ଏବଂ ଗୋଟିଏ ଛାତ ତଳେ କ୍ରେଡିଟ ଆବଶ୍ୟକତା ପୂରଣ ଲାଗି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କାର୍ଯ୍ୟ ନିର୍ବାହି ନିର୍ଦ୍ଦେଶକ ଆଜାଦ କହିଛନ୍ତି। ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅଣରିଟେଲ ଋଣ ଏହି ସେଣ୍ଟରରେ ମଞ୍ଜୁର କରାଯିବା ସହ ନିୟନ୍ତ୍ରଣ କରାଯିବ। କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦର ଖୁରାନା, ମହାପ୍ରବନ୍ଧକ ଆର୍‌.ଏସ୍‌.ରାଠୋର, ମଣ୍ଡଳ ମୁଖ୍ୟ ଗଣପତ ଲାଲ ଏବଂ ଶାଖା ମୁଖ୍ୟ ଯୋଗିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share