ପିଇଓଙ୍କ ବଦଳିକୁ ନେଇ ଅସନ୍ତୋଷ

ବାଲିକୁଦା,୨୫।୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ସରପଞ୍ଚ ସଂଘର ଏକ ବୈଠକ ମରିଚିପୁର ପଞ୍ଚାୟତର ମା’ ବନ୍ଦରେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ତଥା ବରମୁଣ୍ଡଳି ସରପଞ୍ଚ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସରପଞ୍ଚଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ସରପଞ୍ଚମାନଙ୍କ ଅଗୋଚରରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧରକାରୀ(ପିଇଓ)ଙ୍କୁ ଅନ୍ୟତ୍ରବଦଳି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ସଂଘ କର୍ମକର୍ତ୍ତା ବିଡିଓଙ୍କୁ ଅଭିଯୋଗ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଆଦି ଭତ୍ତା ପ୍ରଦାନ ପିଇଓଙ୍କ ବଦଳି, ଖାଉଟି ସାମଗ୍ରୀ ବଣ୍ଟନ ଏବଂ ବିଭିନ୍ନ ଛକରେ ଉଜ୍ଜ୍ୱଳ ଆଲୋକ ସେବାର ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ(ସିଏଫ୍‌ସି) ଓ ଚତୁର୍ଦ୍ଦଶ ରାଜ୍ୟ ଅର୍ଥ ଆୟୋଗ ଅଂଶ ଅର୍ଥ ବିନିଯୋଗ କରାଯାଇ କୌଣସି ରାସ୍ତା ନିର୍ମାଣ ହୋଇ ପାରିବ ନାହିଁ ବୋଲି ସରକାର ଯେଉଁ ନିୟମ ପ୍ରଣୟନ କରିଛନ୍ତି ତାହାକୁ ନେଇ ସରପଞ୍ଚଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ନିୟମରେ ପରିବର୍ତ୍ତନ ଅଣା ନଗଲେ ପ୍ରଥମତଃ ପଞ୍ଚାୟତର ସମୂହ ସ୍ବାର୍ଥ ହାନୀ ହେବାର ଆଶଙ୍କା ଥିବାରୁ ସରପଞ୍ଚମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସଂଘର ସମ୍ପାଦକ ରମେଶ ପାଇଟାଳ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଅନୁସୂୟା ସାହୁ ଆୟବ୍ୟୟ ଚିଠା ଉପସ୍ଥାପନ କରିଥିଲେ। ଉପସଭାପତି ସାଧୁ ଚରଣ ସାହୁ ବିଧାୟକ ଓ ମନ୍ତ୍ରୀଙ୍କ ଭଳି ସରପଞ୍ଚମାନଙ୍କୁ ପେନସନ ପ୍ରଦାନ କରାଯିବାକୁ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ କହିଥିଲେ। ମାଛଗଁା ସରପଞ୍ଚ ପର୍ଶୁରାମ ସେଠୀ, ତିତିରା ସରପଞ୍ଚ ଅଜୟ ମହାନ୍ତି, ବାହାରଣା ସରପଞ୍ଚ ବନ୍ଦିତା ପଟ୍ଟାୟତ, ଅଢଙ୍ଗା ସରପଞ୍ଚ ଚିନ୍ମୟୀ ସ୍ବାଇଁ, ଅରିଲୋ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବାରିକ, ନାଗପୁର ସରପଞ୍ଚ ନିକୁଞ୍ଜ ବିଶ୍ୱାଳ, ଥାଇଳୋ ସରପଞ୍ଚ ଯତୀନ ପରିଡା, କାଳିଓ ସରପଞ୍ଚ ସଶ୍ମିତା ମଲିକ, ଖାଲଗଁା ସରପଞ୍ଚ ଗୋବିନ୍ଦ ସେଠୀ, ବଡଗଁା ନାୟବ ସରପଞ୍ଚ ବିଶ୍ୱନାଥ ଦାସ ପ୍ରମୁଖ ଅଂଶଗ୍ରହଣ କରି ସଂଘୀୟ ବ୍ୟବସ୍ଥା ଉପରେ ମତ ପ୍ରଦାନ କରିଥିଲେ। ରାଜକିଶୋର ସାହୁ, ଉମେଶ ସ୍ବାଇଁ, ମନୋଜ ସ୍ବାଇଁ, ଦୀପକ ସାମଲ, ଶିବପ୍ରସାଦ ରାଉତ, ନରେଶ ସ୍ବାଇଁ, ପତିତପାବନ ଦାସ, ଆଶିଷ ସ୍ବାଇଁ, ଦିଲୀପ ବେହେରା, ମାନସ ମହାନ୍ତି, ଜୟରାମ ସ୍ବାଇଁ, ଦିଲୀପ ଜେନା, ବାବୁରାମ ବିଶ୍ୱାଳ, ଘନଶ୍ୟାମ ବେହେରା ବଂଶୀଧର ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri