ପିଆଜ ବଜାରରେ ନିଆଁ:ନଭେମ୍ବର ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଆଜ୍ଞା ଆମେ ତ ଦିନ ମଜୁରିଆ। ଖଟିଲେ ଖାଉଛୁ। ପଖାଳ ସାଙ୍ଗକୁ ପିଆଜ ଲଙ୍କା ଲୁଣ ଟିକେ ହେଲେ ଆମର ଚଳି ଯାଉଛି। ଘରେ ୫ ପ୍ରାଣୀ କୁଟୁମ୍ବ। ପିଆଜ କିଲୋରୁ କମ୍‌ ଆଣିଲେ ହେଉନି। ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ପିଆଜରେ କାମ ଚଳୁଥିଲା । ହେଲେ ମାସେ ହେବ ଦର ହୁ ହୁ ହୋଇ ବଢୁଛି। ହାଟରେ ପିଆଜ ଦର ମଧ୍ୟ ୫୦ଟପି ଗଲାଣି। କ’ଣ କରିବୁ କିଛି ବୁଦ୍ଧି ବାଟ ଦିଶୁନି। ସତ୍‌ସଙ୍ଗ ବିହାର ନିକଟରେ ଦିନ ମଜୁରି ପାଇଁ ଅପେକ୍ଷା କରିଥିବା ସନିଆ ବେହେରା ପିଆଜ ଦରକୁ ନେଇ ମଙ୍ଗଳବାର ଏମିତି ପ୍ରତିକ୍ରିୟା ଦେଇଛନ୍ତି।
କେବଳ ସନିଆ କାହିଁକି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ପିଆଜ ଦର ବୁଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛନ୍ତି। ଖୁଚୁରା ବଜାରରେ ପିଆଜ ସତେ ଯେମିତି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇ ଦେଇଛି। ପିଆଜ ଦରକୁ ନେଇ ସାଧାରଣ ଲୋକେ ଘାଣ୍ଟି ଚକଟି ହେଉଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। କେବଳ ପିଆଜ ଦର ବୁଝିବା ଛଡ଼ା ବିଭାଗ ନିକଟରେ ଆଉ କିଛି ସତେଯେମିତି ବିକଳ୍ପ ନାହିଁ। ଦର କିଲୋ ପିଛା ୫୦ ଟପିବା ପରେ ମଙ୍ଗଳବାର ବିଭାଗୀୟ ସଚିବ ଓଡ଼ିଶା ବ୍ୟବସାୟୀ ମହାସଂଘ କୁବେରପୁରୀ ବ୍ୟବସାୟୀ ସଂଘ ଏବଂ କଟକର କେତେଜଣ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଛନ୍ତି। ବୈଠକ କେବଳ ପିଆଜର ଆମଦାନୀ ଏବଂ ହୋଲସେଲ ଦର ମଧ୍ୟରେ ସୀମିତ ରହିଗଲା। ଆସନ୍ତା ନଭେମ୍ବର ଶେଷ ଯାଏ ପିଆଜ ଦର କମିବାର ପ୍ରଶ୍ନ ଉଠୁନି ବୋଲି ସଂଘର ପ୍ରତିନିଧି ସରକାରଙ୍କୁ ଜଣାଇଲେ। ଓଡ଼ିଶାକୁ ଆମଦାନୀ ହେଉଥିବା ମହାରାଷ୍ଟ୍ରର ନାସିକରେ ହୋଲ୍‌ସେଲ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟବସାୟୀମାନଙ୍କୁ ସରକାର ରିହାତି ଦେବାର ବ୍ୟବସ୍ଥା କଲେ ଦରକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କର୍ମକର୍ତ୍ତା ମତ ଦେଇଛନ୍ତି। ଅନ୍ୟପକ୍ଷରେ ନାଫେଡ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛି। ରାଜ୍ୟ ସରକାର ନାଫେଡ ଠାରୁ ଆଣି ରିହାତି ଦରରେ ଲୋକଙ୍କୁ ପିଆଜ ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। ମାତ୍ର ସରକାର ପିଆଜ ଦର ଉପରେ ଅଙ୍କୁଶ ଲଗାଇବାକୁ କୌଣସି ପଦକ୍ଷେପ ନେବା ମୁଡ୍‌ରେ ନାହାନ୍ତି। ନୂଆ ପିଆଜ ଉତ୍ପାଦନ ପର୍ଯ୍ୟନ୍ତ ଅପେକ୍ଷା କରାଯିବ କି ନାଫେଡ ଠାରୁ କିଣି ଲୋକଙ୍କୁ ଯୋଗାଇବେ ତାହା ଆସନ୍ତା ୭ ଦିନ ପରେ ହେବାକୁ ଥିବା ବୈଠକରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି। ଯୋଗାଣ ବିଭାଗର ଡେପୁଟି ଡାଇରେକ୍ଟର କେ. ପ୍ରତାପ ପାତ୍ର କହିଛନ୍ତି ଯେ, ପିଆଜ ଦରବୃଦ୍ଧି ଏକ ଜାତୀୟ ସମସ୍ୟା। ଉତ୍ପାଦନ କମ୍‌ ହେବା ସହ ବର୍ଷା ଯୋଗୁ ଦରବୃଦ୍ଧି ହୋଇଛି। ନୂଆ ପିଆଜ ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମୋଟା ମୋଟି କହିବାକୁ ଗଲେ ଦରବୃଦ୍ଧି ନିୟନ୍ତ୍ରଣ କରିବା ନେଇ ସରକାର ଏକପ୍ରକାରେ ଅସହାୟ ହୋଇ ପଡ଼ିଛନ୍ତି। ପିଆଜ ଦରବୃଦ୍ଧି କେବଳ ଆଜିର ସମସ୍ୟା ନୁହେଁ। ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଦରବୃଦ୍ଧି ଏକ ପରମ୍ପରାରେ ପରିଣତ ହେଲାଣି। ଦରବୃଦ୍ଧିକୁ ନିୟନ୍ତ୍ରିତ କରିବାକୁ କେନ୍ଦ୍ର ସରକାର ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ରଖିବେ। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ବର୍ଷ ଆରମ୍ଭରୁ ରାଜ୍ୟ ସରକାର ଆଳୁ, ପିଆଜ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ କ୍ରୟ କରି ରଖିବେ। ଦରବୃଦ୍ଧି ସମୟରେ ଏହାକୁ ବଜାର ଚାହିଦା ମେଣ୍ଟାଇବା ପାଇଁ ଛଡ଼ାଯିବ। ରାଜ୍ୟରେ ୨୦୧୫ରୁ ପିଏସ୍‌ଏଫ୍‌ ପାଣ୍ଠି ଗଠନ କରାଯାଇଥିଲେ ମଧ୍ୟ ତାହାର ଉପଯୋଗ କରାଯାଉନାହିଁ। ରାଜ୍ୟ ସରକାର ନିଜ ଅଂଶ ବାବଦରେ ୫୦ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସରକାର ୨୫କୋଟି ଦେଇଛନ୍ତି। ଏହି ଅର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା କଥା, ୭୫ କୋଟି ଟଙ୍କା ପିଏସ୍‌ଏଫ୍‌ରେ ଗଚ୍ଛିତ ଥିଲେ ମଧ୍ୟ ଯୋଗାଣ ବିଭାଗ ଏହାର ସଦୁପଯୋଗ କରିବାକୁ ଆଗ୍ରହ ଦେଖାଉ ନାହିଁ। ଫଳରେ ପିଆଜ ଜ୍ୱାଳାରେ ସାଧାରଣ ଗରିବ ଲୋକମାନେ ଛଟପଟ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ କହିବା କଥା ହେଲା ୨୦୧୬ରେ ଶୀତଳ ଭଣ୍ଡାରରେ ଆଳୁ କ୍ରୟ କରି ରଖାଯାଇଥିଲା। ବଜାର ନ ବଢିବାରୁ ଗଚ୍ଛିତ ଆଳୁକୁ ୨/୩ ଟଙ୍କାରେ ମଧ୍ୟ ବିକ୍ରି କରାଯାଇପାରିଲା ନାହିଁ। ଏଥିଯୋଗୁ ଶୀତଳ ଭଣ୍ଡାର ଭଡ଼ା ଏବଂ ଆଳୁ କ୍ରୟ ବାବଦରେ ରାଜକୋଷରୁ ୫୦ ଲକ୍ଷ ବରବାଦ ହୋଇଯାଇଥିଲା। ପିଆଜ ଏକ ଶୀଘ୍ର ନଷ୍ଟକାରୀ ଫସଲ ହୋଇଥିବାରୁ ଏହାକୁ ଗଚ୍ଛିତ ରଖିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ନାଫେଡ କମ୍‌ ଦରରେ ପିଆଜ ଯୋଗାଉଥିବା ବେଳେ ରାଜ୍ୟ ସରକାର ସେହି ପିଆଜକୁ ଖାଉଟିଙ୍କୁ ନୋ ପ୍ରଫିଟ୍‌ ନୋ ଲସ୍‌ରେ ଯୋଗାଇବା ବ୍ୟବସ୍ଥା କାହିଁକି କରୁନାହାନ୍ତି। ସରକାରୀ ଉଦାସୀନତାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପିଆଜ ସାଙ୍ଗକୁ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ରୋଷେଇ ଶାଳା ଭାରାକ୍ରାନ୍ତ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri