ପାହାଡ଼ ଉପରେ ବିତୁଛି ଜୀବନ

ଝୁମ୍ପୁରା, ୧୭।୪(ଡି.ଏନ୍‌.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା, ହରିଡ଼ାଯୋଡ଼ି, ଦେଓଝରକୁ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଏ ନେଇ ଲୋକେ ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ପାହାଡ଼ ଉପରେ ଅବସ୍ଥିତ ଏହି ୩ ଗ୍ରାମର ଦୂରତା ପରସ୍ପରଠାରୁ ୨ରୁ ୩ କି.ମି. ମଧ୍ୟରେ। ଚାରିଆଡ଼େ ଜଙ୍ଗଲ। ଏକ ପାର୍ଶ୍ୱର ପାହାଡ଼ ତଳେ ପ୍ରବାହିତ ବୈତରଣୀ। ହାତୀ ସହ ଭାଲୁ, ଅନ୍ୟ ବନ୍ୟପ୍ରାଣୀଙ୍କ ଆବାସ ସ୍ଥାନ ଭାବେ କନକନା ଜଙ୍ଗଲ ପରିଚିତ।

କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ୧ନଂ ବୁଥ ହେଉଛି କନକନା। ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଏହି ବୁଥ। ଏଠାରେ ଭୋଟ ଦେଇଥାନ୍ତି କନକନା, ହରିଡାଯୋଡି ଓ ଦେଓଝର ଗ୍ରାମବାସୀ। ୩ ଗ୍ରାମର ଲୋକସଂଖ୍ୟା ୧୨ଶହରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୮ଶହରୁ ଊର୍ଦ୍ଧ୍ୱ। ସେଠାରେ ରହିଛି ୧୨ରୁ ଊର୍ଦ୍ଧ୍ୱ ବସ୍ତି। ସାଧାରଣତଃ ମୂଲ, ମଜୁରି ସହିତ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକରି ଏଠାକାର ଲୋକେ ଚଳନ୍ତି। ବର୍ଷସାରା ହାତୀ ଭୟ ଲାଗି ରହିଥିବାରୁ ଚାଷକାର୍ଯ୍ୟ ଠପ୍‌ ହୋଇଥାଏ।

ଏହି ଗ୍ରାମଗୁଡ଼ିକରେ ରାସ୍ତା, ପାନୀୟ ଜଳ, ଶିକ୍ଷା ଆଦି ସମସ୍ୟା ରହିଛି। ପାନୀୟଜଳ ପାଇଁ ନଳକୂପ ଥିଲେ ହେଁ ନାଲିପାଣି ବାହାରୁଛି। ତାହା ପାନୀୟ ଉପଯୋଗୀ ହୋଇପାରୁନି। ପୁଣି କେତେକାଂଶରେ ନଳକୂପ ଅଚଳ ହୋଇ ଦୀର୍ଘଦିନ ଧରି ପଡ଼ି ରହୁଛି। ରାସ୍ତା ନାହିଁ। ଏଠାକାର ବସିନ୍ଦା ପିଡିଏସ୍‌ ସାମଗ୍ରୀ (ଚାଉଳ, ଗହମ) ନେବା ପାଇଁ ୭ କି.ମି. ଜଙ୍ଗଲ ରାସ୍ତାରେ ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। କାନ୍ଧରେ ବୋହି ବିପଦସଙ୍କୁଳ ଭାବେ ପିଡିଏସ୍‌ ସାମଗ୍ରୀ ନେଇଥାନ୍ତି। ସ୍ବାସ୍ଥ୍ୟସେବା ଏଠାରେ ଅପହଞ୍ଚ ହୋଇଛି। ୧୦୮, ୧୦୨ ଆମ୍ବଲାନ୍ସ ସେବା କଙ୍କଡ଼ାଯୋଡ଼ି ଘାଟି ରାସ୍ତା ଦେଇ କନକନା ଗ୍ରାମରେ ପହଞ୍ଚି ପାରୁଥିଲେ ହେଁ ଦେଓଝର, ହରିଡ଼ାଯୋଡି ଗ୍ରାମକୁ ପହଞ୍ଚିପାରେ ନାହିଁ। ବିଦ୍ୟୁତ୍‌ ଆଲୋକ ଗ୍ରାମ ଗୁଡିକ ପାଇଁ ସାତସପନ ହୋଇଛି। ନିର୍ବାଚନ ପାଖେଇ ଆସିଥିଲେ ହେଁ କୌଣସି ପ୍ରାର୍ଥୀଙ୍କ ଏହି ଗାଁକୁ ପାଦ ପଡିନି। ନେତାମାନେ ଆସିଲେ ଖାଲି ପ୍ରତିଶ୍ରୁତି ଦେଇଥାନ୍ତି। କୌଣସି କାମ ହୁଏ ନାହିଁ। ଏଥର ଭୋଟ ଦେବାକୁ ସେମାନେ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri