ପାହାଡ଼ରେ ବେଆଇନ ବିସ୍ଫୋରଣ, ୧୨ ଜେଲ ଗଲେ

ଦିଗପହଣ୍ଡି,୧୦ା୮(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ପାହାଡ଼ର ୨ଟି ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି ପାହାଡ଼ରେ ବେଆଇନ ବିସ୍ଫୋରଣ କରୁଥିବା ଅଭିଯୋଗରେ ୧୨ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ରେଡ଼ିକା ସାହିର ବି. ବାଲାଜୀ ରେଡ୍ଡୀ, ଚନ୍ଦ୍ରଶେଖର ମନ୍ଦିର ସାହିର ଟୁକୁନା ବେହେରା, ବ୍ରହ୍ମପୁର ସଦର ଥାନା ଗୌତମୀ ଗ୍ରାମର ନିରଞ୍ଜନ ଜେନା, ଏନ. ବୁଲୁ ରେଡ୍ଡୀ, ବି. କୃଷ୍ଣ ରେଡ୍ଡୀ, ରମ୍ଭା ଥାନା ମଧୁରଚୁଆ ଗ୍ରାମର ଲକ୍ଷ୍ମଣ ନାହାକ, ଗୋପାଳପୁର ଥାନା ବସନ୍ତ ବିହାର ୪ର୍ଥ ଲେନର କୋରା ସେଠୀ, ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମର ପୁରୁଷୋତ୍ତମ ଚେଣ୍ଟି, ରାଜୁ ଦାସ, ହୀନ ଦଳେଇ, କେ. ସାମନ୍ତରାପୁର ଗ୍ରାମର ଏମ. ରାଘବ ରେଡ୍ଡୀ ଓ ଜି. ସନ୍ତୋଷ ରେଡ୍ଡୀ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ନଂ. ୧୪୪ ଓ ୧୪୫/୧୯ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ ବ୍ରହ୍ମପୁର ସଦର କୋର୍ଟରେ ହଜାର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପାହାଡ ଓ ଅଭିଯୁକ୍ତଙ୍କ ଘରୁ ଡ୍ରିଲିଂ, କମ୍ପ୍ରେସର ମେଶିନ, ୫୦ଟି ଜିଲୋଟିନ, ୮୫ ଡିଟୋନେଟର, ଫ୍ୟୁଜ୍‌ ତାର, ୩ ବାଇକ ସମେତ ବିସ୍ଫୋରଣରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି।
କୁକୁଡ଼ାଖଣ୍ଡି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୁବାସ ଚନ୍ଦ୍ର ରଇତଙ୍କ ଉପସ୍ଥିତିରେ ଗୁରୁବାର ପୂର୍ବାହ୍ନରେ ମହୁଡ଼ା ଗ୍ରାମ ନିକଟ ବାଲାଜୀ ରେଡ୍ଡୀଙ୍କ ନାଁରେ ଥିବା ପଥରକ୍ବାରି ଉପରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଜିଲୋଟିନ, ଡିଟୋନେଟର, ୩ ବାଇକ, ୫ ଟ୍ରାକ୍ଟର ଜବତ କରାଯାଇଥିଲା। ପରେ ପ୍ରାପ୍ତ ସୂଚନାକୁ ଭିତ୍ତିକରି ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମସ୍ଥିତ କୋରା ସେଠୀଙ୍କ ଘରୁ ମଧ୍ୟ ପାହାଡ଼ ଫୁଟାଯିବା ପାଇଁ ଥିବା ବିସ୍ଫୋରକ ଜବତ କରାଯାଇଥିଲା। ପରେ ମହୁଡ଼ା ପାହାଡ଼ରେ ସନ୍ତୋଷ କୁମାର ବେହେରାଙ୍କ ନାଁରେ ଥିବା ପଥରକ୍ବାରିରେ ଚଢ଼ାଉ କରାଯାଇ ବିସ୍ଫୋରକ ଓ ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ଡ୍ରିଲିଂ, କମ୍ପ୍ରେଶର ମେଶିନ ଜବତ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ଓ ମାଧବ ଚନ୍ଦ୍ର ଟାକରୀ କହିଛନ୍ତି। ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ସରଜମିନ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri