Categories: ବାଣିଜ୍ୟ

ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୭୩ ଲକ୍ଷ ୟୁନିଟ ରହିଥିଲା। ଦେଶ ମଧ୍ୟରେ କାର ବିକ୍ରି ୨୪.୯୭% ହ୍ରାସ ଘଟି ୧.୩୯ ଲକ୍ଷ ୟୁନିଟ ରହିଛି। ଏହା ୨୦୧୮ ଜୁନରେ ୧.୮୩ ଲକ୍ଷ ୟୁନିଟ ରହିଥିଲା ବୋଲି ଭାରତୀୟ ଅଟୋମୋବାଇଲ ମାନୁଫାକଚରର ସଂଘ(ଏସ୍‌ଆଇଏଏମ୍‌) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଗତ ମାସରେ ମୋଟର ସାଇକେଲ ବିକ୍ରି ୯.୫୭% ହ୍ରାସ ଘଟି ୧୦.୮୪ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବବର୍ଷ ସମାନ ଅବଧିରେ ୧୧.୯୯ ଲକ୍ଷ ୟୁନିଟ ଥିଲା। ମୋଟ ୨ ଚକିଆ ଯାନ ବିକ୍ରି ଜୁନରେ ୧୧.୬୯% ହ୍ରାସ ଘଟିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୧୨.୨୭% ହ୍ରାସ ହୋଇଛି। ସମସ୍ତ ବର୍ଗରେ ଯାନ ବିକ୍ରି ୧୨.୩୪% କମି ୧୯.୯୭ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବ ବର୍ଷରେ ୨୨.୭୯ ଲକ୍ଷ ୟୁନିଟ ଥିଲା। ଏପ୍ରିଲ-ଜୁନ ସମୟରେ ପାସେଞ୍ଜର ଯାନ ବିକ୍ରି ୧୮.୨୪% କମିଛି। ଏହି ସମୟରେ ସବୁ ବର୍ଗ ଯାନ ବିକ୍ରି ୧୨.୩୫% କମିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Share