ପାସେଞ୍ଜର ଗାଡ଼ି ବିକ୍ରି: ମାରୁତି-ଟାଟାକୁ କ୍ଷତି, ହ୍ୟୁଣ୍ଡାଇ-ମହିନ୍ଦ୍ରା ଲାଭବାନ

ନୂଆଦିଲ୍ଲୀ,୧୬।୯: ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମାରୁତି ସୁଜୁକି ଇଣ୍ଡିଆ ଓ ଟାଟା ମୋଟର୍ସର ପାସେଞ୍ଜର ଗାଡ଼ି ବିକ୍ରି ହ୍ରାସ ପାଇଛି। ଅନ୍ୟପକ୍ଷରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ହ୍ୟୁଣ୍ଡାଇ ମୋଟର୍ସର ବିକ୍ରି ବଢ଼ିଛି ବୋଲି ଅଟୋ ନିର୍ମାତା ସଂଗଠନ ସିଆମ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ମାରୁତିର ଏପ୍ରିଲ-ଅଗଷ୍ଟରେ ମୋଟ୍‌ ଗାଡ଼ି ବିକ୍ରି ୫,୫୫,୦୬୪ ଥିବା ବେଳେ ବର୍ଷକ ପୂର୍ବରୁ ଏହି ଅବଧିରେ ଏହା ୭,୫୭,୨୮୯ ଥିଲା। ଫଳରେ କମ୍ପାନୀ ବଜାର ଅଂଶ ୫୨.୧୬ରୁ ହ୍ରାସ ପାଇ ୪୯.୮୩ ପ୍ରତିଶତ ହୋଇଛି। ସେହିପରି ଟାଟା ମୋଟର୍ସର ବିକ୍ରି ଏହି ସମୟରେ ୧.୩୯% ହ୍ରାସ ପାଇଛି। ଆଲୋଚ୍ୟ ମାସ ମଧ୍ୟରେ କମ୍ପାନୀ ୬୦,୦୯୩ ଗାଡ଼ି ବିକ୍ରି କରିଥିଲା, ଯାହାକି ପୂର୍ବ ବର୍ଷ ୯୮,୭୦୨ ଥିଲା। ଏହାର ବଜାର ଅଂଶ ୬.୭୯ରୁ ୫.୪୧ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଏହି ସମୟରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ବିକ୍ରି ୨.୭୭% ବୃଦ୍ଧି ପାଇଛି। ଏହା ଏପ୍ରିଲ-ଅଗଷ୍ଟ ମଧ୍ୟରେ ୨,୦୩,୭୨୯ ଗାଡ଼ି ବିକ୍ରି କରିଛି, ଯାହା କି ପୂର୍ବ ବର୍ଷ ୨,୨୬,୩୯୬ ବିକ୍ରି କରିଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ କମ୍ପାନୀ କମ୍‌ ଗାଡ଼ି ବିକ୍ରି କରିଥିଲେ ସୁଦ୍ଧା ଏହାର ବଜାର ଅଂଶ ୧୫.୫୯ ପ୍ରତିଶତରୁ ୧୮.୩୬ ପ୍ରତିଶତକୁ ବୃଦ୍ଧିପାଇଛି। ସେହିପରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୮୯,୭୩୩ ଗାଡ଼ି ବିକ୍ରି କରିଛି। କିନ୍ତୁ ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୧,୦୦,୦୧୫ ଗାଡ଼ି ବିକ୍ରି କରିଥିଲା। କିନ୍ତୁ ଏହାର ବଜାର ଅଂଶ ୬.୮୯ରୁ ୮.୦୮ ପ୍ରତିଶତକୁ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri