ପାଶ୍ୱାନଙ୍କ ବାରିକ ସାଜିଲେ ପୁଅ ଚିରାଗ

ନୂଆଦିଲ୍ଲୀ,୧୩ା୪: ଲକ୍‌ଡାଉନ୍‌ ବେଳେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଚୁଟି ଓ ଦାଢ଼ି କାଟୁଛନ୍ତି ପୁଅ ଚିରାଗ ପାଶ୍ୱାନ। ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ରବିବାର ଏନେଇ ଟୁଇଟର୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଏକ ଇଲେକ୍ଟ୍ରିକ୍‌ ଟ୍ରିମର୍‌ରେ ବାପାଙ୍କ ନିଶଦାଢ଼ି ସାଇଜ୍‌ କରୁଥିବା ଦେଖିବାକୁ ମିଳିଛି। ପାଶ୍ୱାନ ଏକ ଦର୍ପଣ ଧରି ଚେୟାରରେ ବସିଥିବାବେଳେ ଚିରାଗ ତାଙ୍କର ନିଶଦାଢ଼ି ଟ୍ରିମିଙ୍ଗ୍‌ ସହ ଚୁଟି କାଟୁଛନ୍ତି। ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି, ଲକ୍‌ଡାଉନ୍‌ ଏକ କଠିନ ସମୟ ଆଣିଥିଲେ ମଧ୍ୟ ଏହାର ଏକ ଭଲ ଦିଗ ରହିଛି। ଏପରି ଦକ୍ଷତା ରହିଥିବା ନେଇ ପୂର୍ବରୁ ଜଣା ନ ଥିଲା। କରୋନା ଭାଇରସ୍‌ ବିରୋଧରେ ଚାଲନ୍ତୁ ଲଢ଼େଇ କରିବା ଓ ସୁନ୍ଦର ସ୍ମୃତି ଗଢ଼ି ତୋଳିବା।

Share