ପାଳନ ହେଲାନି ମେରୁ ଯାତ୍ରା: ଦର୍ଶନ ବନ୍ଦ, ଶୂନଶାନ୍‌ ହନୁମାନ, ଦଣ୍ଡକାଳୀ ପୀଠ

ବ୍ରହ୍ମପୁର ଅଫିସ,୧୩ା୪-କରୋନା ସଂକ୍ରମଣ ତଥା ଜନଗହଳି ସ୍ଥାନରୁ ଲୋକଙ୍କୁ ଦୂରେଇ ରଖିବା ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମେରୁ ଯାତ୍ରା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବ୍ରହ୍ମପୁର ସହରରେ ମେରୁ ଯାତ୍ରା ବନ୍ଦ ରହିଥିଲା ା ଆମ୍ବପୁଆସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିର ସମେତ ନୂଆବସ୍‌ଷ୍ଟାଣ୍ଡ ଦଣ୍ଡକାଳୀମନ୍ଦିର, ପାଣିଗ୍ରାହୀପେଣ୍ଠ ଦଣ୍ଡକାଳୀମନ୍ଦିରରେ ଭୋରରୁ ପୂଜା ସମ୍ପନ୍ନ ହେବା ପରେ ବନ୍ଦ କରାଯାଇଥିଲା ା ଫଳରେ ମେରୁ ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଲୋକାରଣ୍ୟ ହେଉଥିବା ପୀଠ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିଲା ା ତେବେ କେତେକ ସ୍ଥାନରେ ଶ୍ରଦ୍ଧାଳୁମାନେ ପୂଜା ପାଇଁ ଅସିଥିଲେ ସୁଦ୍ଧା ବାହାରେ କେବଳ ଭୋଗ, ଦୀପ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା ା
ପାଣିଗ୍ରାହୀ ପେଣ୍ଠ ସାହିସ୍ଥିତ ଦଣ୍ଡକାଳୀଙ୍କ ମନ୍ଦିରକୁ ସକାଳୁ କେତେକ ଶ୍ରଦ୍ଧାଳୁ ଭୋଗ ଲଗାଇବାକୁ ଆସିଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିୟୋଜିତ ସ୍ବେଚ୍ଛାସେବୀମାନେ ତାଙ୍କୁ ବାହାରେ ଭୋଗ ରଖିବାକୁ କହି ଘଉଡାଇଥିଲେ। ସେହିପରି ଲୋଚାପଡାର ଦଣ୍ଡକାଳୀ ମନ୍ଦିର, ବ୍ରହ୍ମପୁର ଉପକଣ୍ଠ ବୋରଗଁା ଦଣ୍ଡକାଳୀ ମନ୍ଦିରରେ ମେରୁ କୁଣ୍ଡ ନିକଟକୁ ପୂଜା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ପୋଲିସ ଘଉଡାଇଥିବା ଦେଖିବାକୁ ମିଳିଥିଲା ା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ବିଭିନ୍ନ ମନ୍ଦିର ତଥା ମେରୁ ଯାତ୍ରା ଆୟୋଜିତ ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ା ଏହି ସମୟରେ ଆସ୍କାରୋଡ ରଘୁନାଥ ମଠ ଓ ପିଚିପିଚାନଗର ହନୁମାନ ମନ୍ଦିର ଖୋଲା ଥିବା କାରଣରୁ ଉକ୍ତ ମନ୍ଦିର ପୂଜାରୀଙ୍କୁ ପ୍ରଶାସନ ଦଣ୍ଡିତ କରିଥିବା ସୂଚନା ମିଳିଛି ା ସେହିପରି ଲୋଚାପଡା ଦଣ୍ଡକାଳୀ ମନ୍ଦିର ନିକଟରେ ପୂଜା ସାମଗ୍ରୀ ଦୋକାନୀଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ କୁକୁଡାଖଣ୍ଡି ତହସିଲଦାର ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଦଣ୍ଡିତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri