Categories: ବାଣିଜ୍ୟ

ପାର୍ବଣରେ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭି ବିକ୍ରିରେ ଉନ୍ନତି

ନୂଆଦିଲ୍ଲୀ,୧୦-୧୧: ଚଳିତ ବର୍ଷ ପାର୍ବଣରେ ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭିଗୁଡିକ ବିକ୍ରି ବେଶ୍‌ ଉନ୍ନତ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବର୍ଗରେ ଚାହିଦା ଉନ୍ନତ ରହିବାରୁ ବିକ୍ରି ଭଲ ରହିଥିବା ଜଣାପଡିଛି। ନୂଆ କ୍ୟୁଏଲ୍‌ଇଡି ପ୍ରଯୁକ୍ତି, ଉନ୍ନତ ଡିଜାଇନ ଏବଂ ଲାଇଫ୍‌ ଷ୍ଟାଇଲକୁ ବିଚାର କରି ଗ୍ରାହକ ଏହି ବର୍ଗରେ ଟିଭି କ୍ରୟ କରିବାକୁ ବିଚାର କରୁଛନ୍ତି। ଗତ ୧୩ ବର୍ଷ ଧରି ଏହି ବର୍ଗରେ ଦେଶ ମଧ୍ୟରେ ଏକ ପ୍ରମୁଖ ସ୍ଥାନ ହାସଲ କରିଥିବା ସାମ୍‌ସଙ୍ଗ ପକ୍ଷରୁ ସୂଚନା ରହିଛି। ଦୀପାବଳୀରେ କମ୍ପାନୀର କ୍ୟୁଏଲ୍‌ଇଡି ଟିଭି ବିକ୍ରି ଗତ ବର୍ଷ ତୁଳନାରେ ୩ ଗୁଣ ବଢିଛି। ଏହା ଅଲ୍ଟା ହାଇଡେଫିନିଶନ ଟିଭି କ୍ଷେତ୍ରରେ ପ୍ରାୟ ୨ ଗୁଣ ଅଭିବୃଦ୍ଧି ରହିଥିବା ଜଣାପଡିଛି। ଫ୍ରେମ୍‌ କ୍ୟୁଏଲ୍‌ଇଡି ଟିଭି ଏବଂ ଲାଇଫ୍‌ ଷ୍ଟାଇଲ ଟିଭି ଗୁଡିକ ଉନ୍ନତ ବିକ୍ରି ସଫଳତା ହାସଲ କରିଛି। ଦେଶର ପ୍ରମୁଖ ସହରଗୁଡିକରେ ଏହି ଟିଭି ଚାହିଦା ଉନ୍ନତ ରହିଛି। ମୂଲ୍ୟଯୁକ୍ତ ଗ୍ରାହକ କୈନ୍ଦ୍ରିକ ଅଭିନବତା ଯୋଗାଇବା ନିମନ୍ତେ ବିଭିନ୍ନ ପଦକ୍ଷେପ ଦିଗରେ କାର୍ଯ୍ୟ କରୁଥିବା ସାମସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକଟ୍ରୋନିକ୍ସ ବିଜନେସ୍‌ ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲାନ କହିଛନ୍ତି।

Share