ପାର୍କର ଭ୍ରମ ସୃଷ୍ଟି କରୁଛି ପୋଖରୀ ହୁଡା : ଗ୍ରାମୀଣ ବିକାଶ ଯୋଜନାରେ ହେଲା ନବୀକରଣ

ନୟାଗଡ଼ ଅଫିସ,୪ା୧୧: ଦିନେ ପରିତ୍ୟକ୍ତ ହୋଇପଡିଥିବା ପୋଖରୀ ଏବେ ପାର୍କର ଭ୍ରମ ସୃଷ୍ଟି କରୁଛି। ପୋଖରୀ ସଫା କରାଯିବା ସହିତ ହୁଡ଼ାରେ ବିଭିନ୍ନ ପ୍ରକାର ଫୁଲ ଓ ଫଳଗଛ ଲଗାଯାଇଛି। ଆବର୍ଜନା ପକାଇବା ପାଇଁ ୫ଟି କୁଣ୍ଡ ରଖାଯାଇଛି। ସେହିଭଳି ଅବସର ବିନୋଦନ ଲାଗି ପୋଖରୀ କୂଳରେ ସିମେଣ୍ଟ ବେଞ୍ଚ ସ୍ଥାପନ କରାଯାଇଛି। ଏଭଳି ଚିତ୍ର କୌଣସି ସହର ନୁହେଁ, ନୟାଗଡ଼ ବ୍ଲକ ଜେମାଦେଈପୁରପାଟଣା ପଞ୍ଚାୟତ ରଘୁନାଥପ୍ରସାଦ ଗ୍ରାମରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ରଘୁନାଥପ୍ରସାଦ ଗ୍ରାମରେ ୧୭୩ ପରିବାର ବସବାସ କରନ୍ତି। ଗ୍ରାମର ଲୋକମାନେ ଗାଧୋଇବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଗ୍ରାମରେ ଥିବା ଦୁଇଟି ପୋଖରୀ ଉପରେ ନିର୍ଭର କରିଥାନ୍ତି। ଗାଁ ମଝିରେ ଥିବା ପୋଖରୀରେ ପୂର୍ବରୁ ପାହଚ ଠିକ୍‌ ନ ଥିବାବେଳେ ଖରାଦିନେ ପାଣି ଶୁଖିଯାଉଥିଲା। ପୋଖରୀ ହୁଡ଼ା ଠିକ୍‌ ନ ଥିବାରୁ ବର୍ଷାଦିନେ ଗ୍ରାମର ମଇଳା ପାଣି ପୋଖରୀରେ ପଶୁଥିଲା। ଏହା ଦ୍ୱାରା ପୋଖରୀ ପାଣି ଦୂଷିତ ହେଉଥିଲା। ଏହାକୁ ବ୍ୟବହାର କରି ଲୋକମାନେ ଚର୍ମରୋଗରେ ଶିକାର ହେଉଥିଲେ। ଚଳିତ ବର୍ଷ ଗ୍ରାମ ବିକାଶ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପରିବର୍ତ୍ତନର ସାମଗ୍ରିକ ଗ୍ରାମୀଣ ବିକାଶ ପରିଯୋଜନାରେ ଗ୍ରାମର ଥିବା ଏହି ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ କରାଯାଇଛି। ପୋଖରୀକୁ ଗଭୀର କରାଯିବା ସହ ହୁଡ଼ା ଉଚ୍ଚା କରାଯାଇଛି। ପାହଚ ମରାମତି କାର୍ଯ୍ୟ ମଧ୍ୟ ହୋଇଛି। ସେହିଭଳି ପୋଖରୀ ସୁନ୍ଦର ଦେଖାଯିବା ପାଇଁ ଉପରୋକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ହୁଡ଼ାରେ ୮୦ଟି ନଡ଼ିଆ ଗଛ ଲଗାଯିବା ସହିତ ପୋଖରୀରେ ମାଛ ଯାଅଁଳ ଛଡ଼ାଯାଇଛି। ଗ୍ରାମରେ କମିଟି କରାଯାଇ ଏହାର ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏଥିରୁ ଆଦାୟ ହେବାକୁ ଥିବା ଟଙ୍କା ଦ୍ୱାରା ଗ୍ରାମ୍ୟ ସମୂହ ଉନ୍ନୟନ ପାଣ୍ଠି ବୃଦ୍ଧି ପାଇବ। ପୋଖରୀ ହୁଡ଼ାକୁ ସମ୍ପୂର୍ଣ୍ଣ ମଳମୁକ୍ତ କରାଯାଇଛି। ଜଳର ସ୍ଥାୟିତ୍ୱ ଆମର ଦାୟିତ୍ୱ ନାରା ଦେଇ ଜଳକୁ ସଂରକ୍ଷଣ କରି ରଖାଯାଇଛି। ଗାଁ ଲୋକଙ୍କ ଏକତା ଓ ଉଦ୍ୟମ ବିକାଶମୂଳକ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ସହାୟକ ହୋଇଛି। ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜିଲାର ଅନ୍ୟ ଗ୍ରାମରେ ଥିବା ପୋଖରୀମାନଙ୍କରେ କରାଯିବ ବୋଲି ଗ୍ରାମବିକାଶ ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri