Categories: ଅପରାଧ

ପାରିବାରିକ ବିବାଦକୁ ନେଇ ମାରପିଟ୍‌ : ଜଣେ କୋର୍ଟଚାଲାଣ

ଧର୍ମଶାଳା,୮ା୬(ଡି.ଏନ.ଏ.)- ପାରିବାରିକ ବିବାଦକୁ ନେଇ ମାରପିଟ୍‌ ଘଟଣାରେ ଧର୍ମଶାଳା ପୋଲିସ ଶନିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ସେକ୍‌ ରିକୁ। ପ୍ରକାଶ ଯେ, ପାରିବାରିକ ବିବାଦ ଯୋଗୁ ଗତ ୫ ତାରିଖରେ ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦରିଆ ଗ୍ରାମର ସେକ୍‌ ରହେମନ୍‌ଙ୍କୁ ଉକ୍ତ ଗ୍ରାମର ଦୁଇଭାଇ ସେକ୍‌ ରିକୁ ଓ ତାଙ୍କ ଭାଇ ସେକ୍‌ ସକୁ ବାଡ଼େଇ ମୁଣ୍ଡ ଫଟାଇ ଦେଇଥିଲେ। ଫଳରେ ରହେମନ୍‌ ଗୁରୁତର ହୋଇଥିଲେ। ଏ ନେଇ ରହେମନ୍‌ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ. ୨୬୦/୧୯) ରୁଜୁ କରିଥିଲା।