ଆନନ୍ଦପୁର,୧୬। ୧୦(ସ୍ବ.ପ୍ର.)-ପାରିବାରିକ କଳହବେଳେ ୫ମାସର ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏହି ଶିଶୁକନ୍ୟାକୁ କୋଳରେ ଧରି ତାଙ୍କ ମା’, ଝଗଡ଼ା କରୁଥିବା ତାଙ୍କ ସ୍ବାମୀଙ୍କୁ ବୁଝାଶୁଝା ଉଦ୍ୟମ କରିଥିଲେ। ଏଥିରେ ସ୍ବାମୀ ଉତ୍ତେଜିତ ହୋଇ ସ୍ତ୍ରୀଙ୍କୁ ଏକ କାଠଫାଳିଆରେ ପିଟିବାବେଳେ ଏହା ଶିଶୁକନ୍ୟା ମୁଣ୍ଡରେ ବାଜିଥିଲା। ଗୁରୁତର ଆହତ ହୋଇଥିବା ଏହି ଶିଶୁ କନ୍ୟାଙ୍କର ପରେ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଆନନ୍ଦପୁର ପୌରପରିଷଦର ୧୩ ନଂ ଓ୍ବାର୍ଡରେ ମଙ୍ଗଳବାର ଘଟିଛି। ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍ କୁମାର ପଣ୍ଡା କୌଣସି ସୂତ୍ରରୁ ଏ ସମ୍ପର୍କରେ ସୂଚନା ପାଇ ସାଉଁଟିସାହିରେ ପହଞ୍ଚି ପଚାରି ବୁଝିବା ପରେ ଏନେଇ ଘସିପୁରା ଥାନାକୁ ସୂଚନା ଦେଇଥିଲେ। ଘସିପୁରା ପୋଲିସ ପହଞ୍ଚି ଶିଶୁକନ୍ୟା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଚଳାଇଛି। ସାଉଁଟିସାହିରେ ଏକ ପରିବାରର ଭାଇ ଭାଇ ମଧ୍ୟରେ ଝଗଡା ହେବାବେଳେ ଶିଶୁକନ୍ୟା ମୁଣ୍ଡରେ କାଠଫାଳିଆ ମାଡ଼ ବାଜିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ନିଆଯାଉଥିଲା। ବାଟରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଶିଶୁକନ୍ୟାଙ୍କ ମୃତଦେହ ଘରକୁ ଫେରାଇ ଆଣିଥିବାବେଳେ ଆନନ୍ଦପୁର ଏସଡିପିଓ ପଣ୍ଡା ପହଞ୍ଚି ଘଟଣା ସମ୍ପର୍କରେ ତନାଘନା କରିଥିଲେ। ମୃତ ଶିଶୁ କନ୍ୟାଙ୍କ ବାପା ଫେରାର ଥିବା ପୋଲିସ ସୂଚନା ଦେଇଛି।
Posted inଆମ ଜିଲା ଖବର, କେନ୍ଦୁଝର View All
ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…
ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍ପରଙ୍କ ଜୀବନ, ଚାଳକ…
ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଫାସଡ୍ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍ପର…
ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍ ଶୁକତେଲ ନଦୀ…
ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…
ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ
ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…
Archives

