Categories: ଫୁରସତ

ପାରା-କୁକୁର ଛୁଆ ବନ୍ଧୁତ୍ୱ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନ୍ୟୁୟର୍କ,୧୯।୨: ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା। ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା ସମ୍ପର୍କ। ନ୍ୟୁୟର୍କର ରୋଚେଷ୍ଟରରେ ଥିବା ଏକ ଉଦ୍ଧାରକାରୀ ସଂଗଠନ ମିଆ ଫାଉଣ୍ଡେଶନ୍‌ରେ ଥିବା ପାରା ଏବଂ କୁକୁର ଛୁଆ ମଧ୍ୟରେ ରହିଥିବା ବନ୍ଧୁତ୍ୱ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୮ ସପ୍ତାହର ଧଳା ରଙ୍ଗର କୁକୁର ଛୁଆ ଲୁଣ୍ଡିର ପଛ ଗୋଡ଼ ସ୍ବାଭାବିକ ଭାବେ କାମ କରୁ ନାହିଁ। କୁକୁର ଛୁଆଟି ଉଡ଼ିପାରୁ ନ ଥିବା ପାରା ହେର୍‌ମାନ୍‌ ସହିତ ବନ୍ଧୁତା କରିଛି। ମିଆ ଫାଉଣ୍ଡେଶନ ପକ୍ଷରୁ ଦୁଇ ବନ୍ଧୁଙ୍କ ଫଟୋ ଏବଂ ୧୪ ସେକେଣ୍ଡର ଏକ ଭିଡ଼ିଓ ଫେସବୁକ୍‌ରେ ଶେୟାର କରାଯାଇଛି। ଇତିମଧ୍ୟରେ ଫଟୋକୁ ୪୫ ହଜାରରୁ ଅଧିକ ଥର ଶେୟାର କରାଯାଇଥିବାବେଳେ ଭିଡ଼ିଓକୁ ଲକ୍ଷେ ୧୯ ହଜାର ୬ଶହ ୭୫ ଥର ଦେଖାଯାଇଛି। ଏହାକୁ ୨୧ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଛି।

Share