ପାରାଦୀପ ନଗର କଂଗ୍ରେସର ସମୀକ୍ଷା ବୈଠକ

ପାରାଦୀପ,୯ା୧୨(ସ୍ବ.ପ୍ର.): ସ୍ଥାନୀୟ ବିଜୟଚନ୍ଦ୍ରପୁରଠାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ପରିସରେ ରବିବାର ସନ୍ଧ୍ୟାରେ ପାରାଦୀପ ନଗର କଂଗ୍ରେସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ଅଧ୍ୟକ୍ଷତା କରିଥିଲେ। ଏଥିସହ ଆଗାମୀ ବର୍ଷ ହେବାକୁ ଥିବା ପୌର ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଦଳର ଘଡ଼ିସନ୍ଧି ମୁହୂର୍ତ୍ତରେ କର୍ମୀମାନେ ସାଙ୍ଗରେ ରହିବା ଏବଂ ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ଛାମୁଆ କର୍ମୀ କେଦାର ଜେନା, ଅନୂପ ସାହାଣୀ, ନରେନ୍ଦ୍ର ରାଉତ, ଜପକ୍ରିଷ୍ଣ ରାଉତ, ସମୀର ବିଶ୍ୱାଳ, ବିଜୟଲକ୍ଷ୍ମୀ ଦାସ ଓ କମଳା ଓଝା ପ୍ରମୁଖ ଉପସ୍ଥିତ ଥିଲେ।