Posted inରାଜ୍ୟ

ପାରାଦୀପରେ ସୁଧୁରୁନି ପାନୀୟଜଳ ସମସ୍ୟା: ପରିତ୍ୟକ୍ତ ତାଳଦଣ୍ଡା ଏକମାତ୍ର ଭରସା

ପାରାଦୀପ,୧୭ା୭ (ସ୍ବ.ପ୍ର.): ଶିଳ୍ପ ସମୃଦ୍ଧ ପାରାଦୀପ ସହରାଞ୍ଚଳରେ ଗତ ମେ ମାସରୁ ଅଦ୍ୟାବଧି ପାନୀୟଜଳ ସଙ୍କଟ ଲାଗି ରହିଛି। ଜୁଲାଇ ମାସ ଅଧା ହେଲାଣି। ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଛି। ତଥାପି ମଧ୍ୟ ଜଳକଷ୍ଟ ଦୂର ହେଉନାହିଁ। ଖରାଦିନେ ଏଠାରେ ପାଣି ପାଇଁ ଏକପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ସେହି ସମସ୍ୟା ବର୍ଷାଦିନେ ମଧ୍ୟ ଲାଗିରହିବା ଚିନ୍ତାର ବିଷୟ ହୋଇଛି। ପାରାଦୀପର ଏକମାତ୍ର ଜଳ ଉତ୍ସ ତାଳଦଣ୍ଡା କେନାଲ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାର ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକାଧିକବାର ପରୀକ୍ଷା ପରେ କୁହାଯାଇଛି। ତେବେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକେ ଏହି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସୂଚନା ଅନୁଯାୟୀ, ଖରାଦିନେ ତାଳଦଣ୍ଡା କେନାଲରେ ପାଣି ନ ଥିବାରୁ ବନ୍ଦର ଜନସ୍ବାସ୍ଥ୍ୟ ବିଭାଗ ଦିନକୁ ଥରେ ଜଳଯୋଗାଣ କରୁଥିଲେ। ଅବସ୍ଥା ସାମାନ୍ୟ ସୁଧାରିବା ପରେ ସପ୍ତାହକୁ ୩ ଦିନ ୨ ଥର ଓ ୪ଦିନ ଥରେ ଜଳ ଯୋଗାଣ ହେଉଥିଲା। ଏବେ ବିଭିନ୍ନ କାରଣ ପାଇଁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବାଲିଝରା ପମ୍ପ ହାଉସରୁ ନୂଆ ବଜାର-ମଧୁବନ ପାଣି ଟାଙ୍କି ପର୍ଯ୍ୟନ୍ତ ପାଇପ୍‌ ଲାଇନ କେତେକ ସ୍ଥାନରେ ଫାଟିଯାଇଛି। ବିଶେଷକରି ଗଲ୍ଫ ପଡ଼ିଆଠାରେ ପାଇପ ଫାଟି ପାଣି ବୋହିଯାଉଛି। ପାଣି ଟାଙ୍କିକୁ ଆସିବା ବାଧାପ୍ରାପ୍ତ ହେବାରୁ ଜଳ ଯୋଗାଣ ନିଅଣ୍ଟ ହେଉଛି ବୋଲି ପିଏଚଡି ଯନ୍ତ୍ରୀ ବିନାୟକ ପ୍ରଧାନ କହିଛନ୍ତି। ସେହି ପାଇପ ମରାମତି କାମ ବିଭାଗର ଅନ୍ୟ ଯନ୍ତ୍ରୀ ବୁଝୁଥିବା ସେ କହିଛନ୍ତି। ପାରାଦୀପ ବନ୍ଦରାଞ୍ଚଳରେ ମାଟି ତଳେ ଥିବା ପାଇପଲାଇନ ୫୦ବର୍ଷରୁ ଊର୍ଦ୍ଧ୍ୱ ହେଲାଣି। ସେଥିପାଇଁ ବାରମ୍ବାର ଏପରି ଘଟୁଥିବା ପିଏଚ୍‌ଡି ବିଭାଗ ପକ୍ଷରୁ କୁହାଯାଉଛି। ପୁରୁଣା ପାଇପ ଲାଇନ ଯୋଗୁ ଅଧିକାଂଶ ସ୍ଥାନରେ ଲିକେଜ ରହୁଛି। ସେହି ସ୍ଥାନରେ ପାଣିରେ ଜିଆ ଓ ଅନ୍ୟ ପୋକ, ଆବର୍ଜନା ପାଣି ମିଶୁଛି। ଏପରି ଦୂଷିତ ପାଣି ପ୍ରଭାବରେ ଚର୍ମରୋଗ ହେଉଛି ବୋଲି ଜଣେ ଗୃହିଣୀ ଆରତି ରାଉତରାୟ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପରେ ଯୋଗାଣ ହେଉଥିବା ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୭ ଅକ୍ଟୋବର ୨୬ରୁ ଘୋଷଣା କରିସାରିଲାଣି। ଏହା ସତ୍ତ୍ୱେ ସେହି ପାଣିକୁ ବ୍ୟବହାର କରିବାକୁ ସମସ୍ତେ ଏକ ପ୍ରକାର ବାଧ୍ୟ। କାରଣ ପାରାଦୀପର ଏକମାତ୍ର ଜଳ ଉତ୍ସ ତାଳଦଣ୍ଡା କେନାଲରେ ପ୍ରାୟତଃ ଜଳ ରହେନାହିଁ। କଟକରୁ ପାଣି ଛଡାଯିବା ପରେ ଏହି କେନାଲରେ ଜଳ ପ୍ରବାହ ହୁଏ। ସେଥିରେ ଅନେକ ବର୍ଜ୍ୟବସ୍ତୁ ମିଶୁଛି। ଶାସକ, ପ୍ରଶାସକ ସମସ୍ତେ ଏହି ସମସ୍ୟା ଜାଣୁଛନ୍ତି। କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଅଦ୍ୟାବଧି ହୋଇପାରିନାହିଁ। ପୌର ପରିଷଦର ନିଜସ୍ବ ଜଳ ଉତ୍ସ ନାହିଁ। ଯେଉଁ କେତେକ ସ୍ଥାନରେ ପୌର ପରିଷଦ ପକ୍ଷରୁ ଗଭୀର ନଳକୂପ ବସାଇଛି, ତାହା ପର୍ଯ୍ୟାପ୍ତ ହେଉନାହିଁ। କେତେକ ସ୍ଥାନରେ ନଳକୂପରୁ ଲୁଣିପାଣି ବାହାରୁଛି। ତେଣୁ ଏସବୁର ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ପାରାଦୀପ ବନ୍ଦର ପକ୍ଷରୁ ଏହାର ପ୍ରତିକାର ସ୍ବରୂପ ସମୁଦ୍ର ଜଳରୁ ମଧୁର ଜଳ ସଂଗ୍ରହ ପାଇଁ ଲବଣ ଅପସାରଣ କାରଖାନା ପତିଷ୍ଠା କରିବାକୁ ଏନଆଇଓଟି ସହ ଚୁକ୍ତି ସ୍ବାକ୍ଷର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri