ପାମ୍ପୁଡ଼ି ପନିର୍‌

ପନିର୍‌କୁ ବିଭିନ୍ନ ସ୍ବାଦ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଏ । ଖଟା, ମିଠା ଓ ରାଗ ଆଦି ସ୍ବାଦରେ ପନିର୍‌ ବେଶ୍‌ ଭଲ ଲାଗେ। ସେହିଭଳି ପାମ୍ପୁଡ଼ି ପନିର୍‌ ଏକ ବିଶେଷ ଧରଣର ଖାଦ୍ୟ। ପୁରୀର ଫୁଡ଼୍‌ ସେଣ୍ଟ୍ରାଲରେ କାର୍ଯ୍ୟ କରୁଥିବା ସେଫ୍‌ ମିର୍ଜା ସାହିଲ୍‌ ପାମ୍ପୁଡ଼ି ପନିର୍‌ର ପ୍ରସ୍ତୁତି ସମ୍ପର୍କରେ କୁହନ୍ତି…

ଆବଶ୍ୟକ ସାମଗ୍ରୀ

ପନିର୍‌: ୩୦୦ ଗ୍ରାମ୍‌
ତେଲ: ୩୦୦ ମିଲି
କର୍ନଫ୍ଲୋର୍‌: ୨୫୦ ଗ୍ରାମ୍‌
ମଇଦା: ୫୦ ଗ୍ରାମ୍‌
ବ୍ଲାକ୍‌ ପିପର: ୫ ଗ୍ରାମ୍‌
ପାମ୍ପଡ଼: ୪ଟା
ଆଚାର: ୧୦୦ ଗ୍ରାମ୍‌

ପ୍ରସ୍ତୁତି ପ୍ରଣାଳୀ

ପନିର୍‌କୁ ଗୋଲ୍‌ ଗୋଲ୍‌ କାଟନ୍ତୁ। ଦୁଇଟି ପନିର୍‌ ମଝିରେ ଆଚାର ଦିଅନ୍ତୁ। ମଇଦା, ହ୍ବାଇଟ ପିପର, ବ୍ଲାକ୍‌ ପିପର, ଲୁଣ, ହାଲୁକା ପାଣି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଆଚାର ଦିଆଯାଇଥିବା ପନିର୍‌କୁ ଏହି ମିଶ୍ରଣରେ ବୁଡ଼େଇ ସେଥିରେ ହାଲୁକା କର୍ନଫ୍ଲୋର ଲଗାଇ ଏଥିରେ ଥିବା ଓଦାଳିଆ ଅଂଶରେ ପାମ୍ପଡ଼ ଖଣ୍ଡ ଲଗାନ୍ତୁ। ପରେ ଗରମ ତେଲରେ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପାମ୍ପୁଡି ପନିର୍‌। ଏଥିରେ ଟମାଟୋ ସସ୍‌ ଲଗେଇ ପରଷି ଦିଅନ୍ତୁ।