ପାପୀମାନଙ୍କ ନର୍କ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
”ମାମା! ବାପା ଅଫିସରେ କ’ଣ କରନ୍ତି,“ ପୁଅ ପଚାରିଲା ମାଆକୁ। ”ସେ ମାଙ୍କଡ଼ମାନଙ୍କୁ ଡରାନ୍ତି,“ ମା’ ଉତ୍ତର ଦେଲେ। ବନ୍ୟପ୍ରାଣୀଙ୍କୁ ନେଇ କେତେ ଅଦ୍ଭୁତ ବୃତ୍ତିସବୁ ରହିଛି? ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ।
* ପ୍ରତ୍ୟହ ସକାଳେ ମୁଁ ଯେତେବେଳେ ଶାସ୍ତ୍ରୀ ଭବନରେ ଥିବା ମୋ କାର୍ଯ୍ୟାଳୟକୁ ଯାଏ, ସେତେବେଳେ ମୁଁ ଜଣେ ଲୋକକୁ ପେଚା ବୋବେଇବା ପରି ବୋବେଇବାର ଶୁଣେ। ସେ ଦିନସାରା ପେଚା ପରି ବୋବେଇ ଚାଲିଥାଏ। କାରଣ ତାଙ୍କ କାମ ହେଲା ମାଙ୍କଡ଼ମାନଙ୍କୁ ଘଉଡ଼େଇବା। ମାଙ୍କଡ଼ମାନେ ତାକୁ ଦେଖିଲେ ଡରି ପଳାନ୍ତି। ତେବେ ମାଙ୍କଡ଼ମାନେ ତାଙ୍କ ସ୍ବର ଶୁଣି ପଳାନ୍ତି ନା ତାଙ୍କ ହାତରେ ଥିବା ବଡ଼ ବାଡ଼ି ଖଣ୍ଡକ ଦେଖି ଡରି ପଳାନ୍ତି ତାହା ବିତର୍କର ବିଷୟ। ଲୋକଟି ମାଙ୍କଡ଼ମାନଙ୍କୁ ଘଉଡ଼ାଇଦେବା ପରେ ସେମାନେ ମୋ ଅଫିସ କୋଠା ଉପରକୁ ଓ ମୋ ଝରକା ପାଖକୁ ଚାଲିଆସନ୍ତି। ସେଠାରେ ମୁଁ ସେମାନଙ୍କୁ ଖାଇବାକୁ ଦିଏ। ବେଆଇନ ମାଙ୍କଡ଼ ଅପହରଣକାରୀମାନେ ଏ କୋଠାରୁ ସେ କୋଠା ବୁଲି ଲଙ୍ଗୁର ମାଙ୍କଡ଼ମାନଙ୍କୁ ଧରି ନେଇଯାନ୍ତି। ରିସସ୍‌ ମାଙ୍କଡ଼ମାନଙ୍କୁ ଦୂରରେ ରଖିବା ପାଇଁ ସେମାନେ ଏହି ମାଙ୍କଡ଼ଙ୍କୁ ନେଇ ଗେଟ୍‌ରେ ବାନ୍ଧିଦିଅନ୍ତି। ମନ୍ଦିରମାନଙ୍କରେ କିଛି ଲୋକଙ୍କୁ ମଜୁରି ଦେଇ ରଖାଯାଇଥାଏ, ଯେଉଁମାନେ ମାଙ୍କଡ଼ ଭଳି ବେଶପୋଷାକରେ ସଜେଇ ହୋଇ ଅନ୍ୟ ମାଙ୍କଡ଼ଙ୍କୁ ହୁରାଡ଼ିବା କାମ କରନ୍ତି।
* ସ୍ନେକ୍‌ ମିଲ୍କରମାନେ ସାପ ଓ ଅନ୍ୟ ସରୀସୃପଙ୍କଠାରୁ ବିଷ ବାହାର କରିବା କାମରେ ନିଯୁକ୍ତ ହୋଇଥାନ୍ତି। ଏହି ବିଷ ଚିକିତ୍ସା କ୍ଷେତ୍ରରେ ବିନିଯୋଗ ହୁଏ। ସାଧାରଣ ହୃଦ୍‌ଘାତ, ରକ୍ତ କ୍ଲଟ୍‌ କରିବାକୁ ନ ଦେବା ଓ ସାପକାମୁଡ଼ା କ୍ଷେତ୍ରରେ ଏହି ବିଷରୁ ପ୍ରସ୍ତୁତ ଔଷଧ ବ୍ୟବହୃତ ହୁଏ ଏବଂ ପ୍ରତିବର୍ଷ ବହୁ ପରିମାଣର ସାପବିଷ ଆବଶ୍ୟକ ପଡ଼େ। ସେଥିପାଇଁ ସ୍ନେକ୍‌ ମିଲ୍କରମାନେ ଦିନସାରା ଘୂରିବୁଲନ୍ତି ସାପ ଧରିବା ପାଇଁ। ସାପକୁ ଧରି ତା’ ମୁହଁକୁ ମେଲାକରି ବେକକୁ ଚିପି ଏକ ପ୍ଲାଷ୍ଟିକ୍‌ ଜାର୍‌ରେ ବିଷ ବାହାର କରନ୍ତି। ଏହି କାମ କରୁକରୁ ବେଳେବେଳେ ସାପ କାମୁଡ଼ା ବି ଖାଆନ୍ତି। ଭାରତରେ ତାମିଲନାଡ଼ୁର ଇରୁଲାମାନେ ସାପ ଚମଡ଼ା ପାଇଁ ସାପ ଧରନ୍ତି। ସେମାନଙ୍କୁ ସାପ ବିଷ ସଂଗ୍ରହ କରି ବିକିବା ପାଇଁ ତାଲିମ ଦିଆଯାଇଛି। ୧୯୭୮ ମସିହାରେ ଇରୁଲା ସାପଧରାଳିମାନେ ଇରୁଲା ସ୍ନେକ୍‌-କ୍ୟାଚର୍ସ କୋ-ଅପରେଟିଭ୍‌ ଗଠନ କରିଛନ୍ତି। ସେମାନଙ୍କୁ ସାପ ଧରି ଗିଣ୍ଡିସ୍ଥିତ ସ୍ନେକ୍‌ ପାର୍କକୁ ବିକ୍ରି କରିବା ପାଇଁ ଅନୁମତି ମିଳିଛି, ଯେଉଁଠି ସେମାନଙ୍କଠାରୁ ବିଷ ସଂଗ୍ରହ କରାଯାଏ।
* ବ୍ରାଜିଲର ମଶା ଗବେଷକମାନେ ମ୍ୟାଲେରିଆ ମଶାଙ୍କ କାମୁଡ଼ିବା ଅଭ୍ୟାସ ଉପରେ ଗବେଷଣା କରନ୍ତି। ଏଥିପାଇଁ ସେମାନେ ନିଜକୁ ମଶା କାମୁଡ଼ିବାର ସୁଯୋଗ ଦିଅନ୍ତି। ସେମାନେ ମଶାରି ଭିତରେ ବସି ମଶାରିର ତଳପଟରେ ମାଶା ଆସିବା ପାଇଁ ବାଟ ଛାଡ଼ିଥାନ୍ତି। ମଶା ଭିତରେ ପଶି ଆଉ ବାହାରି ପାରେ ନାହିଁ। ମଶା ଯେମିତି ଗୋଡ଼କୁ କାମୁଡ଼ନ୍ତି ସେମାନେ ତାକୁ ଏକ ମାଉଥ୍‌ ଟ୍ୟୁବ୍‌ରେ ଧରି ଏକ ପାତ୍ରରେ ରଖନ୍ତି। ସେମାନେ ଏହିପରି ୩ ଘଣ୍ଟା ଭିତରେ ୫୦୦ ପର୍ଯ୍ୟନ୍ତ ମଶା ଧରନ୍ତି। ଏଥିପାଇଁ ସେମାନଙ୍କୁ ଅତି କମ୍‌ରେ ୩୦୦୦ କାମୁଡ଼ା ସହିବାକୁ ପଡ଼େ। ଅନେକ ଗବେଷକଙ୍କୁ ମ୍ୟାଲେରିଆ ବି ହୁଏ।
* କୀଟତତ୍ତ୍ୱ ଗବେଷଣାଗାର ପକ୍ଷରୁ ଜଣେ ଏଭିଆନ୍‌ ଭମିଟୋଲୋଜିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଥାଏ। ତାଙ୍କର କାମ ହେଲା ରୋଗଣା ଉଡ଼ନ୍ତା ଚଢ଼େଇଙ୍କ ବାନ୍ତିର ନମୁନା ସଂଗ୍ରହ କରିବା, ଯାହାଦ୍ୱାରା ଏଭଆନ୍‌ ଫ୍ଲୁ (ସଂକ୍ରାମକ ସର୍ଦ୍ଦି) ରୋଗର ବିଶ୍ଳେଷଣ କରାଯାଇପାରିବ। ତା’ର ମାନେ ହେଲା କେଉଁଠି ଚଢ଼େଇ ବାନ୍ତି କରିଛି, ତାହା ପାଇବା ପାଇଁ ବାହାଡ଼, ଜଙ୍ଗଲ, ପଡ଼ିଆ ପ୍ରଭୃତି ସବୁଆଡ଼େ ଖୋଜିବୁଲିବା।
* ୨୦୧୪ରେ ଚାଇନାରେ ସିଚୁଆନସ୍ଥିତ ଜ୍ୟାଣ୍ଟ ପାଣ୍ଡା ରିସର୍ଚ୍ଚ ସେଣ୍ଟର ଘୋଷଣା କଲା ଯେ ଏହା ପୃଥିବୀ ସାରା ପାଣ୍ଡା ଛୁଆ କେୟାର୍‌ଟେକରଙ୍କ ସନ୍ଧାନ କରୁଛି। ଅନେକ ପ୍ରାର୍ଥୀ ଆବେଦନ କଲେ। ସେମାନଙ୍କ ମଧ୍ୟରୁ ଅନେକ କଟିବା ପରେ କିଛି ଲୋକ ନିଯୁକ୍ତି ପାଇଲେ। ବିଜ୍ଞାପନରେ କୁହାଯାଇଥିଲା ଯେ, ଏହି କେୟାର୍‌ଟେକରମାନଙ୍କ କାମ ହେଲା ୩୬୫ ଦିନ ପାଣ୍ଡାମାନଙ୍କ ସହିତ କଟାଇବା ଏବଂ ସେମାନଙ୍କ ସୁଖଦୁଃଖରେ ଭାଗ ନେବା।
* ତେବେ ତାହା ଚାଇନାର ବିୟର ବାଇଲ୍‌ ସେଣ୍ଟରରେ କାମ କରିବାଠାରୁ ଭଲ। ଭାଲୁମାନଙ୍କ ପେଟରେ ଗଲ୍‌ ବ୍ଲାଡର (ପିତ୍ତାଶୟ) ପର୍ଯ୍ୟନ୍ତ ଏକ ନଳୀ ଭର୍ତ୍ତି କରାଯାଇଥାଏ। ସେମାନଙ୍କ ପିତ୍ତାଶୟରେ ଯେଉଁ ପିତ୍ତ ଜମା ହୁଏ, ତାକୁ ସେଇ ନଳୀ ସାହାଯ୍ୟରେ କଢ଼ାଯାଏ। ଏଥିରେ ସେମାନଙ୍କୁ ଅତିଶୟ କଷ୍ଟ ହୁଏ କିନ୍ତୁ ସେମାନେ ମରନ୍ତି ନାହିଁ। ଏହି ପିତ୍ତକୁ ଏକ ଜାରରେ ସଂଗ୍ରହ କରି ଚାଇନାର ପାରମ୍ପରିକ ଔଷଧ ଶିଳ୍ପକୁ ବିକ୍ରୟ କରାଯାଏ।
* ଠେକୁଆମାନଙ୍କ ଲୋମ ଉପାଡ଼ିବା ଆଉ ଏକ ଜଘନ୍ୟ କାମ। ଚାଇନା ଓ ଫ୍ରାନ୍ସର ଲୋକମାନେ ଛୋଟ ଛୋଟ ପିଞ୍ଜରାରେ ଠେକୁଆ ପାଳିଥାନ୍ତି। ପ୍ରତି ଛଅ ସପ୍ତାହରେ ଲୋମ ଉପାଡ଼ିବା ଲୋକମାନେ ସେମାନଙ୍କୁ ବାହାରକୁ ଆଣନ୍ତି। ସେମାନେ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ଟେବୁଲ ଉପରେ ଏକ ଯନ୍ତାରେ ସେମାନଙ୍କୁ ଧରି ଲୋମ ଉପାଡ଼ନ୍ତି। କେଇଟା ଟଙ୍କା ପାଇଁ ଦିନସାରା ଠେକୁଆମାନଙ୍କୁ ନିର୍ଯାତନା ଦେବା କି ଜଘନ୍ୟ ବୃତ୍ତି?
* କେତେକ ଚଳଚ୍ଚିତ୍ରରେ କୀଟପତଙ୍ଗ ଦରକାର ପଡ଼ନ୍ତି। ସେଗୁଡ଼ିକୁ ସଂଗ୍ରହ କରିବା ପାଇଁ ଇନ୍‌ସେକ୍ଟ ରାଙ୍ଗ୍‌ଲରମାନଙ୍କୁ ନିଯୁକ୍ତି ଦିଆଯାଇଥାଏ। ସେମାନେ ଚଳଚ୍ଚିତ୍ର, ପ୍ରଦର୍ଶନୀ ପ୍ରଭୃତି ପାଇଁ ପିମ୍ପୁଡ଼ି, ଅସରପା, ମାଛି ଇତ୍ୟାଦି ପାଳନ କରନ୍ତି। ରାଙ୍ଗ୍‌ଲର ଖାଦ୍ୟ ପ୍ରଭୃତିର ଲୋଭ ଦେଖେଇ କୀଟପତଙ୍ଗମାନଙ୍କୁ ଯୁଆଡ଼େ ଯିବାକୁ ନିର୍ଦ୍ଦେଶ କରନ୍ତି ସେମାନେ ସିଆଡ଼େ ଯାଆନ୍ତି। ସେମାନେ କୀଟପତଙ୍ଗମାନଙ୍କୁ ସେପରି ତାଲିମ ଦେଇଥାନ୍ତି।
* ଥାଇଲାଣ୍ଡରେ ପ୍ରଜାପତିଙ୍କ ଡେଣାରେ ଅନେକ ପ୍ରକାର ଗହଣା ତିଆରି ହୁଏ। ଆପଣ ଏପରି ଗହଣା ବିମାନବନ୍ଦରରେ ବିକ୍ରି ହେଉଥିବାର ଦେଖିପାରିବେ। ଏହି ଶିଳ୍ପରେ କିଛି ଲୋକ ନିଯୁକ୍ତ ଥାନ୍ତି ଯେଉଁମାନେ ଜିଅନ୍ତା ପ୍ରଜାପତିଙ୍କ ଡେଣା ଉପାଡ଼ି ତାକୁ ଏକ ପ୍ଲାଷ୍ଟିକ୍‌ ଖୋଳ ଭିତରେ ରଖନ୍ତି, ଯାହାର ଧାରରେ ସୁନାର ଆସ୍ତରଣ ଦିଆହୋଇଥାଏ। ସେଥିରେ ହୁକ ଇତ୍ୟାଦି ଲଗେଇ କାନ ରିଙ୍ଗ୍‌ ଇତ୍ୟାଦି ତିଆରି କରାଯାଏ।
* କିଛି ଲୋକ ଜିଅନ୍ତା ସାପକୁ ଏକ ବୋର୍ଡରେ କଣ୍ଟା ମାରି ଧରିରଖି ତାଙ୍କ ଦେହରୁ ଚମଡ଼ା ଛାଲନ୍ତି। ଏହି ଚମଡ଼ାରୁ ଜୋତା, ମନିପର୍ସ, ହାତବ୍ୟାଗ୍‌ ପ୍ରଭୃତି ତିଆରି ହୁଏ, ଯାହାକୁ ଧନୀ ଲୋକମାନେ କିଣନ୍ତି। କୁମ୍ଭୀର ଦେହରୁ ବି ସେହିପରି ଚମଡ଼ା ଉତରାଯାଏ।
* କେରଳରେ ବିଭିନ୍ନ ଉତ୍ସବ ସମୟରେ ହାତୀ ବେଶକାରୀମାନଙ୍କୁ ଭଡ଼ାରେ ଅଣାଯାଇଥାଏ। ସେମାନେ ହାତୀଙ୍କୁ ରଙ୍ଗ କରିବା, ପୋଷାକ ପିନ୍ଧାଇବା ଓ ସଜାଇବା କାମ କରନ୍ତି। ଏହିସବୁ ହାତୀ ଉତ୍ସବରେ ଭାଗ ନିଅନ୍ତି। ପୋଷା ହାତୀମାନଙ୍କୁ ବିଭିନ୍ନ ଉତ୍ସବରେ ଭାଗନେବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଏ। ଏହି ପୋଷାକ ଗରମ ଲାଗୁଥିବାରୁ ପ୍ରତିବର୍ଷ ଅତି କମ୍‌ରେ ଦଶଟି ହାତୀ ବିଦ୍ରୋହ କରନ୍ତି ଓ ଅନିୟନ୍ତ୍ରିତଭାବେ ଦୌଡ଼ନ୍ତି। ସେମାନଙ୍କୁ ମାରିଦିଆଯାଏ କିମ୍ବା ମାସାଧିକ କାଳ ଦଣ୍ଡ ଦିଆଯାଏ।
ଆମର ଜୀବନ କେତେ ଛୋଟ କିନ୍ତୁ ଆମେ ଏହାକୁ କିପରି ନଷ୍ଟ କରିଚାଲିଛୁ! ଜଣେ ଜ୍ଞାନୀ ଗୁରୁ ୩୦ ବର୍ଷ ତଳେ ମୋତେ କହିଥିଲେ, ଏ ପୃଥିବୀ ହେଉଛି ପାପୀମାନଙ୍କ ପାଇଁ ନର୍କ। ଏହିସବୁ ବୃତ୍ତି ବିଷୟରେ ଥରେ ଚିନ୍ତା କରନ୍ତୁ। ଏହା ନର୍କଠାରୁ କୌଣସି ଗୁଣରେ କମ୍‌ କି?
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri