ପାନ ଛେପ ପକାଇବା ପଡ଼ିଲା ମହଙ୍ଗା: ୫୦୦ ଜରିମାନା ଗଣିଲେ ବ୍ୟକ୍ତି

ରାଉରକେଲା ଅଫିସ,୨୮।୨: ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭିତରେ ପାନ, ଗୁଟ୍‌ଖା ଖାଇବାକୁ ଶୁକ୍ରବାରଠାରୁ ବାରଣ କରାଯାଇଛି। କର୍ମଚାରୀଙ୍କ ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ (ଆର୍‌ଟିଓ ) ବିଶ୍ୱରଞ୍ଜନ ବେହେରା ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପାନ କିମ୍ବା ଗୁଟ୍‌ଖା ଖାଇ କାର୍ଯ୍ୟାଳୟ ପରିସରରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ ।
ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଗୁରୁବାର ଜଣେ ବ୍ୟକ୍ତି କାର୍ଯ୍ୟାଳୟ ପରିସରରେ ପାନ ଛେପ ପକାଇବାରୁ ତାଙ୍କଠୁ ୫୦୦ ଜରିମାନା ଆଦାୟ କରାଯାଇଛି। ତେବେ ମାର୍ଚ୍ଚ ପହିଲାରୁ ଏହି ନିୟମ କଡ଼ାକଡ଼ି ଲାଗୁ ହେବ।