Categories: କନ୍ଧମାଳ

ପାନୀୟଜଳ ସମସ୍ୟା ନେଇ ଦାବିପତ୍ର

ଜି.ଉଦୟଗିରି,୨୭ା୨(ଡି.ଏନ୍‌.ଏ.) – ମହିଳା ଜୀବିକା ସୁରକ୍ଷା ମଞ୍ଚ ଜି.ଉଦୟଗିରି ତରଫରୁ ବୁଧବାର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଶତାଧିକ ମହିଳା ବିଭିନ୍ନ ପ୍ଲାକାର୍ଡ ଧରି ସହର ପରିକ୍ରମା କରିବା ସହ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଜି.ଉଦୟଗିରି ବ୍ଲକର ୮ ଗ୍ରାମପଞ୍ଚାୟତର ୫୭ ଗ୍ରାମକୁ ନିରାପଦ ପାନୀୟ ଜଳ ଏକ ମାସ ଭିତରେ ଯୋଗାଇ ଦେବାକୁ ମଞ୍ଚ ଦାବି କରିଛି। ଗ୍ରାମର ନଳକୂପ ଗୁଡ଼ିକ ଅଚଳ ଥିବା ବେଳେ ଆଉ କେତେକ ସ୍ଥାନରେ ଲୁହାଳିଆ ଗନ୍ଧଯୁକ୍ତ ପାଣି ବାହାରୁଛି। ଯାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ମହିଳା ଜୀବିକା ସୁରକ୍ଷା ମଞ୍ଚ ସଭାନେତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ ସହିତ ସମ୍ପାଦିକା ରିନୀମା ପ୍ରଧାନଙ୍କ ତତ୍ତ୍ବାବଧାନରେ ଶତାଧିକ ମହିଳାଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଛି।