ପାନପତ୍ର ସହ ମସଲାରେ ରହିଛି ଅନେକ ଔଷଧୀୟ ଗୁଣ: ଏସବୁ ସମସ୍ୟା କରେ ଦୂର

ପାନ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ସବୁଦିନେ ନ ଖାଇଲେ ମଧ୍ୟ କିଛି ସ୍ବତନ୍ତ୍ର ଦିନରେ ଏହାର ମଜାନେବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ସେଥିରୁ ଗୋଟିଏ ହେଉଛି ରଜ। ରଜରେ ପାନର ମଜା ସମସ୍ତେ ନେଇଥାନ୍ତି। ପାନ ସହିତ ଏଥିରେ ବ୍ୟବହାର କରାଯାଉଥିବା ମସଲାର ମଧ୍ୟ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା ବହୁତ କମ୍‌ ଲୋକଙ୍କୁ ଜଣାଥିବ। ତେବେ ଜାଣନ୍ତୁ କ’ଣ ରହିଛି ପାନର ଔଷଧୀୟ ଗୁଣ।

-ପାନପତ୍ର: ଏହାକୁ ପୂଜାରେ ବ୍ୟବହାର କରାଯାଏ।
ପାଏରିଆ ସମସ୍ୟା ଥିବା ବ୍ୟକ୍ତି ଏହାକୁ ଚୋବାଇ ଖାଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ।

-ପାନମଧୁରି
ଖାଇବା ପରେ ଏହାକୁ ଖାଇବା ଫଳରେ ହଜମ ପ୍ରକ୍ରିୟା ସହଜ ହୋଇଥାଏ।

-ଗୁଆ
ଏହାର ମଧ୍ୟ ଓଷଧୀୟ ଗୁଣ ରହିଛି। ଛୋଟ ଛୋଟ ଗୁଆ ଖଣ୍ଡକୁ ପାଣିରେ ଫୁଟାଇ ସକାଳେ ସନ୍ଧ୍ୟାବେଳେ ପିଇବା ଫଳରେ ପେଟଜନିତ ସମସ୍ୟା ଦୂର ହୋଇଥାଏ।