ପାଣି କାଦୁଅ ଯୋଗୁ ଜମୁନି ବେପାର

ବଅଁରପାଳ,୧୭ା୬(ଡି.ଏନ.ଏ.)

କରୋନା କଟକଣା ଯୋଗୁ ବଅଁରପାଳ ସାପ୍ତାହିକ ହାଟକୁ ଦୁଇଭାଗ କରିଦିଆଯାଇଛି। ଗୋଟିଏ ହାଟ ପୁରୁଣା ସ୍ଥାନରେ ବସୁଥିବା ବେଳେ ଅନ୍ୟଟି ବଅଁରପାଳ ହାଇସ୍କୁଲ ପଡିଆରେ ବସୁଛି। ତେବେ ହାଇସ୍କୁଲ ପଡ଼ିଆରେ ବ୍ୟବସାୟ ପାଇଁ ବିଶେଷକିଛି ସୁବିଧା ନ ଥିବାରୁ ଏହାକୁ ନେଇ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ବର୍ତ୍ତମାନ ବର୍ଷା ସମୟରେ ପଡ଼ିଆଟି ପାଣି କାଦୁଅରେ ଭରିଯାଉଛି। ଏପରି ଅବସ୍ଥାରେ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ବସିଥାଏ। ଏଠାରେ ପନିପରିବାଠାରୁ ଆରମ୍ଭ କରି ମନୋହରି ସାମଗ୍ରୀ ଆଦି ବିକ୍ରି କରାଯାଏ। ଗୋତମରା, ବନ୍ଦା, ନୂଆହତା, ବୁଢ଼ାପଙ୍କ, କୁଲାଡ଼, ଗିରାଙ୍ଗ, ତଳମୂଳ, ସନ୍ତ୍ରୀ, ବଉଳିଗଡ଼, କଲଣ୍ଡାପାଳ ସମେତ ଆଖପାଖ ଅଞ୍ଚଳର ଲୋକେ ଏହା ଉପରେ ନିର୍ଭର କରନ୍ତି। କିନ୍ତୁ ଲକ୍‌ଡାଉନ୍‌ ପରଠାରୁ ଏହି ପୁରୁଣା ହାଟକୁ ୨ ଭାଗ କରାଯାଇଛି। ପୂର୍ବ ସ୍ଥାନରେ ଥିବା ହାଟରେ ପିଣ୍ଡିଠାରୁ ପାନୀୟ ଜଳ ଓ କଂକ୍ରିଟ୍‌ ସଡ଼କର ସୁବିଧା ରହିଛି। ଫଳରେ ସେଠାରେ ଭଲ ବ୍ୟବସାୟ ହେଉଥିବା ବେଳେ ନୂଆ ସ୍ଥାନ ହାଇସ୍କୁଲ ପଡ଼ିଆକୁ ଅଧିକ ଗ୍ରାହକ ଆସୁନାହାନ୍ତି। ଏହାଛଡ଼ା ବର୍ଷା ଯୋଗୁ ଏହି ପଡ଼ିଆରେ ପାଣି ଓ କାଦୁଅ ଭରିଯାଇଛି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣିରେ ପଶି କିଏ ପରିବା କିଣିବ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। ବ୍ୟବସାୟୀ ପ୍ରଦୀପ ବେହେରା ଓ କାଠିଆ ପରିଡା କହିଛନ୍ତି, ପୁରୁଣା ହାଟରେ ଯେଉଁଭଳି ବେପାର ହେଉଥିଲା ଏଠାରେ ତାହା ହେଉନାହିଁ। ସେଠାରେ ବହୁ ସୁବିଧା ରହିଥିଲା। କିନ୍ତୁ ଏଠାରେ ପାଣି ଓ କାଦୁଅ। ତେଣୁ ଦିନମାନ ବସି ରହିଲେ ବି ସେପରି ବେପାର ହେଉନାହିଁ। ଏଥିଯୋଗୁ କ୍ଷତି ସହିବାକୁ ପଡ଼ୁଛି। ଗ୍ରାହକ ପ୍ରକାଶ ଧୀର କହିଛନ୍ତି, ପୂର୍ବରୁ ଗୋଟିଏ ସ୍ଥାନରେ ହାଟ ବସୁଥିଲା। ଏବେ ୨ ମାସ ହେଲା ୨ଟି ସ୍ଥାନରେ ବସୁଛି। ବର୍ଷା କାଦୁଅ ଭିତରେ ଆସି ସ୍କୁଲ ପଡିଆରୁ ପନିପରିବା କିଣିବାକୁ ଆଗ୍ରହ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri