Categories: ଫୁରସତ

ପାଣିକୁ ଡରି ୬୫ ବର୍ଷ ହେବ ଗାଧୋଇନାହାନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଇରାନ୍‌ ନିବାସୀ ୮୦ ବର୍ଷୀୟ ଅମୁ ହାଜୀ ଆଜକୁ ୬୫ ବର୍ଷ ହେବ ସ୍ନାନ କରିନାହାନ୍ତି। ତାଙ୍କୁ ଦୁନିଆର ସବୁଠୁ ଅପରିଷ୍କାର ମଣିଷ ଭାବେ ବିବେଚିତ କରାଯାଇଛି। କେବଳ ସେତିକି ନୁହେଁ, ଅମୁଙ୍କ ଦାବି ଗାଧୋଇବା ସାଙ୍ଗକୁ ସେ ଅନେକ ବର୍ଷ ହେବ ପାଣି ଛୁଇଁ ବି ନାହାନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏ ଘଟଣା ସମ୍ପର୍କରେ ଅବୁଙ୍କ ସହ ଅନେକଥର ଆଲୋଚନା ମଧ୍ୟ କରାଯାଇଛି। କିନ୍ତୁ ତାଙ୍କର ଗୋଟିଏ ଡର, ପାଣି ଦେଖିଲେ ତାଙ୍କୁ ଭୟ ଲାଗୁଛି। ତେଣୁ ପାଣିକୁ ହାତ ଲଗାଇବା ବି ଛାଡ଼ିଦେଇଛନ୍ତି। ଯେତେବେଳେ ତାଙ୍କୁ ଭୟର କାରଣ ପଚରାଗଲା, ସେ ଆଶ୍ଚର୍ଯ୍ୟ କଲାଭଳି ଉତ୍ତର ଦେଲେ। ପାଣି ଦେଖିଲେ ସେ ଏତେ ଭୟଭୀତ ହୋଇଯାନ୍ତି କେବେ ରୋଷେଇ କରନ୍ତିନି କି ବାସନ ବି ମାଜନ୍ତିନି। ଏମିତିକି ପଚାସଢ଼ା ମାଂସ ଖାଇଥାନ୍ତି। ପାଣି ପିଇବାକୁ ଇଚ୍ଛା ହେଲେ କଳଙ୍କି ଲାଗିଥିବା ତେଲ ଟିଣର ବ୍ୟବହାର କରନ୍ତି। ନିଜ ଚେହେରାକୁ ଦର୍ପଣରେ ଦେଖନ୍ତି। କିନ୍ତୁ ତାକୁ ପରିଷ୍କାର କରିବାକୁ ଇଚ୍ଛା କରନ୍ତିନି। କେଶ ବଢ଼ିଗଲେ ତାକୁୂ ସଫା କରିବା କି କାଟିବା ପରିବର୍ତ୍ତେ ପୋଡ଼ିଦିଅନ୍ତି। ଏହା ପୂର୍ବରୁ ଭାରତର କୈଳାସ ସିଂହ ୩୮ ବର୍ଷ ନ ଗାଧୋଇ ରେକର୍ଡ କରିଥିଲେ। କିନ୍ତୁ ଅମୁ ତାଙ୍କର ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Share