Posted inଫୁରସତ

ପାଠ ପଢ଼େଇବାର ଅଭିନବ ତରିକା

ଭେରୋନିକା ଡକ୍‌! ସେ ବିଜ୍ଞାନ, ଇଂଲିଶ ଏବଂ ସ୍ପାନିଶ ଭାଷାର ଶିକ୍ଷୟିତ୍ରୀ। ତେବେ ସେ ଏମିତି ଜଣେ ମହିଳା ଯିଏ ଚାହାନ୍ତି ତାଙ୍କର ଛାତ୍ରୀଛାତ୍ରମାନେ ଭଲଭାବରେ ଜ୍ଞାନ ହାସଲ କରନ୍ତୁ। କୌଣସି ବି ବିଷୟରେ ତ୍ରୁଟିପୂର୍ଣ୍ଣ ଶିକ୍ଷା ଦେବାକୁ ସେ ପ୍ରୟାସ କରନ୍ତି ନାହିଁ। ସେଦିନ କ୍ଲାସ୍‌ରେ ତାଙ୍କର ହ୍ୟୁମାନ ଆନାଟୋମି (ମଣିଷ ଶରୀର ସମ୍ବନ୍ଧୀୟ ଶିକ୍ଷା) ପଢ଼େଇବାର ଥିଲା। ସେ ମଧ୍ୟ ଯାଇ ପାଠ ପଢ଼େଇଲେ। ମାତ୍ର ତାଙ୍କର ହୃଦ୍‌ବୋଧ ହେଲା ଯେ, ପିଲାମାନେ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିଷୟରେ ଠିକ୍‌ ଭାବରେ ବୁଝିପାରୁ ନାହାନ୍ତି। ସେ ପାଠ ପଢ଼ଉଥିବା ପିଲାମାନଙ୍କର ବୟସ ଥିଲା ୮ରୁ ୯ବର୍ଷ ମଧ୍ୟରେ। ପାଠ ହେଉଛି ହ୍ୟୁମାନ୍‌ ଆନାଟୋମି। ତେଣୁ ସେ ଏକ ଉପାୟ ବାହାର କଲେ। ଏକ ସ୍ବତନ୍ତ୍ର ଧରଣର ପୋଷାକ ପ୍ରସ୍ତୁତ କଲେ, ଯେଉଁଥିରେ ମଣିଷ ଶରୀର ଭିତରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଚିତ୍ରିତ କରାଯାଇଥିଲା। ଯେଉଁଠି ହାର୍ଟ ରହିବା କଥା ସେଠାରେ ହାର୍ଟର ଚିତ୍ର କରାଯାଇଥିଲା। ଯେଉଁଠି ଅନ୍ତ୍ରନଳୀ ରହିବା କଥା ସେଠାରେ ଅନ୍ତ୍ରନଳୀର ଚିତ୍ର ଅଙ୍କା ଯାଇଥିଲା। ସେହି ପୋଷାକ ପିନ୍ଧି ଭେରୋନିକା କ୍ଲାସ୍‌ରୁମ୍‌ରେ ପହଞ୍ଚତ୍ଲେ। ଆଉ ପିଲାମାନଙ୍କୁ ହ୍ୟୁମାନ ଆନାଟୋମି ପଢ଼େଇଲେ। ଏଥର ପିଲାମାନଙ୍କୁ ଆଉ ହ୍ୟୁମାନ ଆନାଟୋମି ବୁଝିବାରେ କୌଣସି ଅସୁବିଧା ହୋଇ ନ ଥିଲା। ତେବେ କଥା ସେତିକିରେ ସୀମିତ ରହିଲା ନାହିଁ। ତାଙ୍କର ଏପରି ପାଠପଢ଼ା ସମ୍ବନ୍ଧରେ ଲୋକମାନେ ଜାଣନ୍ତୁ ବୋଲି ଚାହିଁଲେ ତାଙ୍କ ସ୍ବାମୀ ଏବଂ ତାଙ୍କର ଫଟୋକୁ ସେ ଫେସ୍‌ବୁକ୍‌ରେ ଅପଲୋଡ଼ କରିଦେଲେ। ଫେସ୍‌ବୁକ୍‌ରେ ଭେରୋନିକାଙ୍କର ଏପରି ଉଦ୍ୟମକୁ ବହୁଭାବରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri