ପାଟ୍ରୋଲିଂ ବେଳେ ମଦ ଜବତ: ଜଣେ ଗିରଫ

ଧାମନଗର,୧୮।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ସୋମବାର ରାତିରେ ଭଗବାନପୁର ଛକ ନିକଟରୁ ଜଣଙ୍କୁ ଗିରଫ କରିଛି। ତାଙ୍କଠାରୁ ୩୧ ବୋତଲ (୬ ଲିଟର ୨ ଶହ ଗ୍ରାମ) ଦେଶୀ ମଦ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ଭଗବାନପୁର ଗ୍ରାମର ରମେଶ ବେହେରା। ପୋଲିସ ପାଟ୍ରୋଲିଂ କରୁଥିବାବେଳେ ରମେଶଙ୍କୁ କାବୁ କରିଥିଲା। ଏ ନେଇ ଥାନାରେ ନଂ. ୩୫/୨୦ରେ ମାମଲା ରୁଜୁ ହୋଇ ମଙ୍ଗଳବାର ରମେଶଙ୍କୁ କୋର୍ଟ ଚାଲାଣ କରାଯାଇଛି।