ଛତ୍ରପୁର,୧୬ା୨(ଡି.ଏନ.ଏ.) – ୧୨ ଦଫା ଦାବି ନେଇ ନିଖିଳ ଓଡିଶା ଏମ୍ଡିଏମ୍ ପାଚିକା, ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରାରମ୍ଭରେ ସ୍ଥାନୀୟ ଅପର ବସ୍ଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ସଂଘ ଗଞ୍ଜାମ ଜିଲା ସଭାପତି ରାଜେନ୍ଦ୍ର କୁମାର ଦାସ, ଜିଲା ସମ୍ପାଦିକା ପି. ରେଣୁକା ଦୋରା, ଖଲ୍ଲିକୋଟ ବ୍ଲକ ସଭାପତି ସୁବାସ ଚନ୍ଦ୍ର ଜାନି, ସିପିଆଇ ଜିଲା ସମ୍ପାଦକ ପ୍ରକାଶ ପାତ୍ର, ଏଆଇୱାଇଏଫ୍ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ଦାବିଗୁଡିକ ମଧ୍ୟରେ ସର୍ବନିମ୍ନ ମଜୁରି ପ୍ରଦାନ, ଆଗରୁ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ପାଚିକାଙ୍କୁ ଚିହ୍ନଟ କରି ଅନ୍ୟ ସ୍କୁଲ ଗୁଡିକରେ ରୋଷେଇ କରିବା ପାଇଁ ଅନୁମତି, ନିର୍ଦ୍ଧିଷ୍ଟ ତାରିଖରେ ଭତ୍ତା ପ୍ରଦାନ, ଦୁର୍ଘଟଣା ଜନିତ କ୍ଷତିପୂରଣ ୫ ଲକ୍ଷ ଟଙ୍କା, ବର୍ଷକୁ ୧୨ ମାସ ଭତ୍ତା ଦେବା, ସାମାଜିକ ସୁରକ୍ଷା ସହ ପରିଚୟପତ୍ର ପ୍ରଦାନ, ବହିଷ୍କାର ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି, ଡ୍ରେସ୍ କୋଡ୍ ଲାଗୁ କରିବା, ମଧ୍ୟାହ୍ନ ଭୋଜନ ବ୍ୟତୀତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନ କରିବା ଆଦି ରହିଛି।
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…
ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...
ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…
ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...
କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…
ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...
Archives


