‘ପାଗଳ ପ୍ରେମୀ’ଙ୍କ ନୂଆ ଲୁକ୍‌

ଭୁବନେଶ୍ୱର: ନୂଆ ଫିଲ୍ମରେ ନୂଆ ଗେଟ୍‌ଅପ୍‌। ହଠାତ ଯିଏ ଦେଖିବ ପାଗଳଟିଏ ବୋଲି କହିବ। ବେଳାଭୂମିରେ ଥିବା ଭଙ୍ଗା ଟିଣ ଛପର ଘର ଛାଇତଳେ ବସିଛନ୍ତି ସେ। ଆମେ କହୁଛୁ ଓଲିଉଡର ପାଗଳ ପ୍ରେମୀ ସବ୍ୟସାଚୀ ମିଶ୍ରଙ୍କ କଥା। ନିଜର ଆଗାମୀ ଫିଲ୍ମରେ ସେ ଏଭଳି କିଛି ଲୁକ୍‌ରେ ନଜର ଆସିବେ। ଟୁଇଟର୍‌ରେ ଏନେଇ ଏକ ଫଟୋ ଶେୟାର କରି ସବ୍ୟସାଚୀ ଫିଲ୍ମ ନେଇ ସୂଚନା ଦେଇଛନ୍ତି।

ଲୋକପ୍ରିୟ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ପୁସ୍ତକ ‘ନାଦ ବିନ୍ଦୁ’ର ବିଷୟବସ୍ତୁକୁ ନେଇ ଫିଲ୍ମଟି ତିଆରି ହେଉଛି। ଫିଲ୍ମର ନାଁ ରହିଛି ‘ପୁସ୍କରା’। ଏଥିରେ ନୀଳକଣ୍ଠ ଚରିତ୍ରରେ ଅଭିନୟ କରୁଛନ୍ତି ସବ୍ୟସାଚୀ। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ପ୍ରଥମ ଭାଗ ଶୁଟିଂ ଶେଷ ହୋଇଛି। ଅଗଷ୍ଟ ମାସରେ ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ ହେବ ବୋଲି ସବ୍ୟସାଚୀ ଲେଖିବା ସହ ପ୍ରଶଂସକଙ୍କ ସଦିଚ୍ଛା ଲୋଡ଼ିଛନ୍ତି।

Share