Categories: ଜାତୀୟ

ପାକ୍‌ ଉଚ୍ଚାୟୁକ୍ତଙ୍କୁ ସମନ

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ପାକିସ୍ତାନର ୩ ହିନ୍ଦୁ ଝିଅଙ୍କୁ ଅପହରଣ ମାମଲାରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସମନ୍‌ ଜାରି କରାଯାଇଛି। ସିନ୍ଧ୍‌ ପ୍ରଦେଶସ୍ଥିତ ଉମାର ଗ୍ରାମର ବାସିନ୍ଦା ଶାନ୍ତି ମେଘଓ୍ବାଡ଼ ଓ ସର୍ମୀ ମେଘଓ୍ବାଡ଼ଙ୍କୁ ଗତ ୧୪ ତାରିଖରେ ଅପହରଣ କରାଯାଇଥିଲା। ଏହାର ଦିନକ ପରେ ଜାକୋବାବାଦ ଜିଲାରୁ ମେହକ ନାମ୍ନୀ ଆଉ ଜଣେ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରାଯାଇଥିଲା।

Share