Posted inଜାତୀୟ

ପାକ୍‌ର ମିଛ ଦୋହରାଇବାକୁ କୁଳଭୂଷଣଙ୍କ ଉପରେ ଚାପ

ନୂଆଦିଲ୍ଲୀ,୩ା୯: କୁଳଭୂଷଣଙ୍କୁ ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସୁଯୋଗ ମିଳିଥିଲେ ହେଁ ତାଙ୍କୁ ପାକିସ୍ତାନର ମିଛ ଦୋହରାଇବା ପାଇଁ ଅତ୍ୟଧିକ ଚାପ ପକାଯାଇଥିବା ଜଣାପଡିଛି। ତାଙ୍କୁ ସୋମବାର ଭାରତୀୟ ଉପଉଚ୍ଚାୟୁକ୍ତ ଗୌରବ ଆହଲୁଓ୍ବାଲିଆ ଭେଟିଥିବାବେଳେ ଚାପ ପକାଯାଇଥିବା ଲକ୍ଷଣ ସ୍ପଷ୍ଟ ହୋଇଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍‌ କୁମାର କହିଛନ୍ତି। ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସବିଶେଷ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇବାକୁ ବାଧ୍ୟ ହୋଇଛି। ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଦୋଷୀସାବ୍ୟସ୍ତ କରାଯିବା ସହ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ଏହାର ସମୀକ୍ଷା ଓ ପୁନର୍ବିଚାର କରିବାକୁ ମଧ୍ୟ ଆଇସିଜେ ପାକିସ୍ତାନକୁ କହିଥିଲେ। ଗତ ଅଗଷ୍ଟରେ ପାକିସ୍ତାନ ଦେଇଥିବା ଦୂତାବାସ ସହାୟତା ପ୍ରସ୍ତାବରେ ପାକ୍‌ ସୁରକ୍ଷା କର୍ମୀ ଉପସ୍ଥିତ ରହିବେ ଓ ପ୍ରକୋଷ୍ଠରେ ସିସିଟିଭି କ୍ୟାମେରା ଲାଗିବା ସର୍ତ୍ତ ଥିଲା, ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା। ସୋମବାର କୁଳଭୂଷଣଙ୍କୁ ଉପଉଚ୍ଚାୟୁକ୍ତ ଭେଟିବା ବେଳେ ଉପରୋକ୍ତ ସର୍ତ୍ତକୁ ହଟାଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୁଳଭୂଷଣଙ୍କୁ ଯଥାଶୀଘ୍ର ସମ୍ଭବ ନ୍ୟାୟ ମିଳିବା ଓ ସେ ସୁରକ୍ଷିତ ଭାବେ ଭାରତ ଫେରିବା ପର୍ଯ୍ୟନ୍ତ ସରକାର ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।
କନ୍‌ସୁଲାର ସମ୍ପର୍କିତ ୧୯୬୩ର ଭିଏନା ଚୁକ୍ତିନାମା ଅନୁଯାୟୀ କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ଆଇସିଜେ ନିର୍ଦ୍ଦେଶ ଦେବାର ଦୁଇମାସ ପରେ ସୋମବାର ତାଙ୍କୁ ଉପଉଚ୍ଚାୟୁକ୍ତ ଭେଟିବା ସୁଯୋଗ ପାଇଛନ୍ତି। ୨୦୧୭ ଡିସେମ୍ବରରେ କୁଳଭୂଷଣଙ୍କୁ ମାଆ ଅବନ୍ତୀ ଓ ସ୍ତ୍ରୀ ଚେତାଙ୍କୁଲ ଭେଟିବା ପରେ ସେ ଚାପରେ ଥିବା ଖବରଦାତାମାନଙ୍କୁ ସୂଚନା ଦେଇଥିଲେ। ଏହି ସାକ୍ଷାତ ପୂର୍ବରୁ କୁଳଭୂଷଣଙ୍କୁ ନିର୍ଯାତନା ଦିଆଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା।

ମାମଲାର ଘଟଣାକ୍ରମ

୨୦୧୬ ମାର୍ଚ୍ଚ ୩: କୁଳଭୂଷଣଙ୍କୁ ପାକିସ୍ତାନ ଗିରଫ କରିଥିଲା।
୨୦୧୭ ଏପ୍ରିଲ ୧୦: ଗୁପ୍ତଚର ବୃତ୍ତି ଓ ଆତଙ୍କବାଦ ସହ ସମ୍ପୃକ୍ତି ଅଭିଯୋଗରେ ପାକ୍‌ ସେନା ଅଦାଲତ କୁଳଭୂଷଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ ଦେଇଥିଲା।
୨୦୧୭ ଏପ୍ରିଲ ୨୭: କୁଳଭୂଷଣଙ୍କ ପରିବାର ତାଙ୍କୁ ଭେଟିବା ପାଇଁ ଭିଜା ଯୋଗାଇଦେବାକୁ ସୁଷମା ସ୍ବରାଜ ପାକ୍‌ ବହିର୍ବ୍ୟାପାର ଉପଦେଷ୍ଟା ସର୍ତାଜ ଅଜିଜଙ୍କୁ ଅନୁରୋଧ କରିଥିଲେ।
୨୦୧୭ ମେ ୮: ପାକ୍‌ ସାମରିକ ଅଦାଲତ ରାୟ ବିରୋଧରେ ଆଇସିଜେରେ ଆବେଦନ କରିଥିଲା ଭାରତ। ତା’ ପରଦିନ ଆଇସିଜେ କୁଳଭୂଷଣଙ୍କ ଦଣ୍ଡ ଉପରେ ରହିତାଦେଶ ଜାରି କରିଥିଲେ।
୨୦୧୭ ଡିସେମ୍ବର ୨୬: କୁଳଭୂଷଣଙ୍କୁ ଜେଲରେ ଭେଟିଥିଲେ ତାଙ୍କ ମା’ ଓ ସ୍ତ୍ରୀ।
୨୦୧୯ ଫେବୃୟାରୀ ୧୮: ଆଇସିଜେରେ କୁଳଭୂଷଣ ମାମଲା ଉପରେ ୪ ଦିନ ଶୁଣାଣି ହୋଇଥିଲା।
୨୦୧୯ ଜୁଲାଇ ୧୭: କୁଳଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶର ପୁନର୍ବିଚାର କରିବା ସହ ତାଙ୍କୁ ଦୂତାବାସ ସହାୟତା ଯୋଗାଇଦେବା ପାଇଁ ଆଇସିଜେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୯ ଅଗଷ୍ଟ ୨: ପାକିସ୍ତାନର ସର୍ତ୍ତମୂଳକ ଦୂତାବାସ ସହାୟତା ପ୍ରସ୍ତାବକୁ ଭାରତୀୟ ଅଧିକାରୀ ପ୍ରତ୍ୟାଖ୍ୟାନ କରିଥିଲେ।
୨୦୧୯ ସେପ୍ଟେମ୍ବର ୨: ଦୂତାବାସ ସହାୟତା ମିଳିବା ପରେ ଭାରତୀୟ ଉପଉଚ୍ଚାୟୁକ୍ତ ଗୌରବ ଆହଲୁଓ୍ବାଲିଆ ତାଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri