ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌ ବହଉଦ୍ଦିନ ଜାକାରିୟା ବିଶ୍ୱବିଦ୍ୟାଳୟରେ ହାଫିଜ୍‌ ଭିଜିଟିଂ ଅଧ୍ୟାପକ ଭାବେ କାମ କରନ୍ତି। ୨୦୧୩ ମାର୍ଚ୍ଚରେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ୨୦୧୪ରୁ ମାମଲାର ଶୁଣାଣି କରାଯିବା ସହ ମୁଲ୍‌ତାନର କେନ୍ଦ୍ରୀୟ ଜେଲରେ ହାଫିଜ୍‌ଙ୍କୁ ରଖାଯାଇଥିଲା। ଅତିରିକ୍ତ ସେସନ୍ସ ଜଜ୍‌ କାଶିଫ କାୟୁମ୍‌ ହାଫିଜ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ ସହ ୫୦ ଲକ୍ଷ ଟଙ୍କା ଜରିମାନାଦେଶ ଦେଇଛନ୍ତି। ପ୍ରକାଶଥାଉ କି, ହାଫିଜ୍‌ଙ୍କ ଓକିଲ ରଶିଦ୍‌ ରେହମାନଙ୍କୁ ୨୦୧୪ରେ ଗୁଳିକରି ହତ୍ୟା କରାଯାଇଥିଲା।

Share