Posted inଖେଳ

ପାକିସ୍ତାନ-ଶ୍ରୀଲଙ୍କା ୨ୟ ଟେଷ୍ଟ: ପ୍ରଥମ ଦିନରେ ବୋଲରଙ୍କ ରାଜୁତି

କରାଚି, ୨୦।୧୨ (ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ପାକିସ୍ତାନ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଜବାବରେ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଶ୍ରୀଲଙ୍କା ୩ ଉଇକେଟ୍‌ ହରାଇ ୬୪ ରନ୍‌ ସଂଗ୍ରହ କରିଛି। ଫଳରେ ପ୍ରଥମ ଦିନରେ ବୋଲରମାନେ ମୋଟ୍‌ ୧୩ ଉଇକେଟ୍‌ ଅକ୍ତିଆର କରି ପ୍ରଧାନ୍ୟ ବିସ୍ତାର କରିଛନ୍ତି। ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ମାଟିକୁ ଟେଷ୍ଟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସିରିଜର ପ୍ରଥମ ମ୍ୟାଚ୍‌ ଡ୍ର’ ରହିଥିଲା। ତେଣୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି।
ଅଧିନାୟକ ଆଝାର ଅଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପ୍ରାରମ୍ଭରୁ ଓପନର୍‌ ଶାନ୍‌ ମାସୁଦ (୫) ଓ ଆଝାର (୦)ଙ୍କ ଉଇକେଟ୍‌ ହରାଇଥିଲା। ବିଶ୍ୱ ଫର୍ନାଣ୍ଡୋ ୭ମ ଓଭରର ପ୍ରଥମ ଓ ୩ ବଲରେ ଏହି ଦୁଇ ଉଇକେଟ୍‌ ନେଇ ଶ୍ରୀଲଙ୍କାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହାପରେ ଆବିଦ୍‌ ଅଲୀ (୩୮), ବାବର ଆଜାମ (୬୦) ଓ ଆସଦ୍‌ ସଫିକ (୬୩) କିଛି ସମୟ ସଂଘର୍ଷ କରି ଦଳୀୟ ସ୍କୋରକୁ ଦେଢ଼ଶହ ଅତିକ୍ରମ କରାଇଥିଲେ। କିନ୍ତୁ ମଧ୍ୟ ଓ ନିମ୍ନକ୍ରମ ବ୍ୟାଟିଂ ବିଫଳତା ଯୋଗୁ ପାକିସ୍ତାନ ୧୯୧ ରନରେ ସୀମିତ ରହିଥିଲା। ଏକଦା ୪ ଉଇକେଟ୍‌ରେ ୧୬୭ ରନ କରିଥିବା ଘରୋଇ ଦଳ ୨୪ ରନରେ ଶେଷ ୬ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଦଳ ପକ୍ଷରୁ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଶ୍ରୀଲଙ୍କାର ଲାହିରୁ କୁମାରା (୪), ବାମହାତୀ ସ୍ପିନର ଲସିଥ୍‌ ଏମ୍ବୁଲଡେନିୟା (୪) ଓ ଫର୍ନାଣ୍ଡୋ (୨) ମିଳିତ ଭାବେ ଉଇକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ଶ୍ରୀଲଙ୍କା ୧୯ ଓଭରରେ ୩ ଉଇକେଟ୍‌ ହରାଇ ୬୪ ରନ କରିଛି। ଓଶାଡା ଫର୍ନାଣ୍ଡୋ ୪, ଅଧିନାୟକ ଦିମୁଥ କରୁଣାରତ୍ନେ ୨୫ ଓ କୁଶଲ ମେଣ୍ଡିସ ୧୩ ରନ କରି ଆଉଟ୍‌ ହୋଇଛନ୍ତି। ଭେଟେରାନ ଆଞ୍ଜେଲୋ ମାଥ୍ୟୁସ ୮ ଓ ଏମ୍ବୁଲଡେନିୟା ୩ ରନରେ ଅପରାଜିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri