Posted inଖେଳ

ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌: ରାମକୁମାର, ସୁମିତଙ୍କ ଦମ୍‌ଦାର ପ୍ରଦର୍ଶନ ଭାରତ ୨-୦ରେ ଅଗ୍ରଣୀ

ନୁର-ସୁଲତାନ,୩୦।୧୧(ପି.ଟି.)- କାଜାଖସ୍ତାନ ରାଜଧାନୀ ନୁର- ସୁଲତାନଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭେଡିସ୍‌ କପ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ରାମ୍‌କୁମାର ରମାନାଥନ ଓ ସୁମିତ ନାଗାଲଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତ ଶୁକ୍ରବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଓପନିଂ ସିଙ୍ଗଲ୍ସ ମ୍ୟାଚ୍‌ରେ ରାମକୁମାର ୧୭ ବର୍ଷୀୟ ପାକିସ୍ତାନ ଖେଳାଳି ମହମ୍ମଦ ସୋଏବଙ୍କୁ ମାତ୍ର ୪୨ ମିନିଟ୍‌ରେ ହରାଇ ବିଜୟୀ ହୋଇଥିଲେ। ସେକେଣ୍ଡ ସେଟ୍‌ର ଷଷ୍ଠ ଗେମ୍‌ରେ ସୋଏବ ଲଢ଼େଇ କରିବା ଭଳି ଲାଗୁଥିଲେ। ତେବେ ସେ ରାମକୁମାରଙ୍କ ସମ୍ମୁଖରେ ମାମୁଲି ପ୍ରଦର୍ଶନ କରି ବେଶ୍‌ ଅପରିପକ୍ୱ ଲାଗୁଥିଲେ। ଫଳରେ ରାମକୁମାର ୬-୦, ୬-୦ ସେଟ୍‌ରେ ବିଜୟୀ ହୋଇଥିଲେ।
ସେହିପରି ଦ୍ୱିତୀୟ ସିଙ୍ଗଲ୍ସ ମ୍ୟାଚ୍‌ରେ ସୁମିତ ୬-୦, ୬-୨ ସେଟ୍‌ରେ ହୁଫାଇଜା ମହମ୍ମଦ ରହମାନଙ୍କୁ ପରାସ୍ତ କରିଥିଲେ। ମାତ୍ର ୬୪ ମିନିଟିରେ ସୁମିତ ମ୍ୟାଚ୍‌ ଜିତିନେଇଥିଲେ। ଏଥି ସହିତ ସୁମିତ କ୍ୟାରିୟରର ପ୍ରଥମ ଡେଭିସ କପ୍‌ ମ୍ୟାଚ୍‌ ବିଜୟ ହାସଲ କରିଥିଲେ। ପାକିସ୍ତାନର ଶ୍ରେଷ୍ଠ ଖେଳାଳିମାନେ ଏହି ଟାଇରୁ ଓହରିଯାଇଥିଲେ। ଇସ୍‌ଲାମାବାଦରୁ ନିରପେକ୍ଷ ଭେନ୍ୟୁକୁ ମ୍ୟାଚ୍‌ ସ୍ଥାନାନ୍ତର ନେଇ ଏମାନେ ବିରୋଧ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ଟାଇରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ।
ଏବେ ଅଭିଜ୍ଞ ଲିଆଣ୍ଡର ପେସ୍‌ ଓ ଡେଭିସ୍‌କପ୍‌ ପଦାର୍ପଣ କରିବାକୁ ଥିବା ଜୀବନ ନେଦୁନଚେଝିଆନ ଶନିବାର ଡବଲ୍ସ ରବରରେ ପାକିସ୍ତାନ ଯୋଡି ହୁଫାଇଜା ଓ ସୋଏବଙ୍କୁ ଭେଟିବେ। ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ୬ଥର ପରସ୍ପରକୁ ଭେଟିଛନ୍ତି। ତେବେ ଭାରତ କୌଣସି ଟାଇରେ ପରାଜୟବରଣ କରିନାହିଁ। ଡବଲ୍ସ ରବରରେ ବିଜୟୀ ହେଲେ ଲିଆଣ୍ଡରଙ୍କ ପାଇଁ ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହେବ। ଜିତିଲେ ଡେଭିସ୍‌ କପ୍‌ ଇତିହାସରେ ଲିଆଣ୍ଡର ସର୍ବାଧିକ ଡବଲ୍ସ ବିଜୟ ହାସଲ କରି ରେକର୍ଡ କରିବେ। ଏପର୍ଯ୍ୟନ୍ତ ଡେଭିସ୍‌ କପ୍‌ରେ ସେ ୪୩ଥର ବିଜୟୀ ହୋଇଛନ୍ତି। ପାକିସ୍ତାନକୁ ହରାଇ ଭାରତ ଏବେ ଓ୍ବଲର୍‌ଡ ଗ୍ରୁପ୍‌ କ୍ୱାଲିଫାୟର୍ସ ଖେଳିବାକୁ କ୍ରୋଏସିଆ ଯାତ୍ରା କରିବ। ଏହା ଆସନ୍ତା ମାର୍ଚ୍ଚ ୬ ଓ ୭ ତାରିଖରେ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri