Categories: ଜାତୀୟ

ପାକିସ୍ତାନୀ ନୌକା ଜବତ: ବିଏସ୍‌ଏଫ୍‌ର ତଦନ୍ତ ଜାରି

ନୂଆଦିଲ୍ଲୀ,୧୪।୧୨: ଅନୁପ୍ରବେଶ ପାଇଁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଯାଉଥିବା କଚ୍ଛର ହରାମି ନାଲାରୁ ଶନିବାର ଏକ ଖାଲି ନୌକା ଜବତ କରାଯାଇଛି। ସୀମାର ସୁରକ୍ଷାକର୍ମୀ ଏହି ଖାଲି ନୌକାକୁ ଜବତ କରି ଯାଞ୍ଚ କରିଛନ୍ତି। ତେବେ ଏହି ନୌକା ପାକିସ୍ତାନର ବୋଲି କୁହାଯାଇଛି। କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ ୫ରୁ ୬ଟି ପାକିସ୍ତାନୀ ନୌକାକୁ ଜବତ କରାଯାଇଥିଲା। ଯାଞ୍ଚ ସମୟରେ ବିଏସ୍‌ଏଫ୍‌ ଯବାନଙ୍କୁ ଏଥିରୁ କିଛି ତଥ୍ୟ ମିଳି ନ ଥିଲା। ସୂଚନାଯୋଗ୍ୟ, ପାକିସ୍ତାନରୁ ଗୁଜରାଟ ସୀମା ଦେଇ ଅନୁପ୍ରବେଶ କରିବା ପାଇଁ ହରାମି ନାଲାକୁ ଉପଯୁକ୍ତ ସ୍ଥାନ ବୋଲି କୁହାଯାଏ।

Share