Posted inଜାତୀୟ

ପାକିସ୍ତାନର ଅମରନାଥ ଯାତ୍ରା ଆକ୍ରମଣ ଯୋଜନା ପଣ୍ଡ

ଶ୍ରୀନଗର:୨।୮: ଜମ୍ମୁ-କଶ୍ମୀର ଘାଟିରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ନେଇ ଲାଗିରହିଥିବା ଅଶାନ୍ତ ପରିସ୍ଥିତିର ମୁକାବିଲା କରିବାକୁ ଯାଇ ଶୁକ୍ରବାର ଶ୍ରୀନଗରରେ ସେନା ଓ ପୋଲିସ ପକ୍ଷରୁ ଏକ ମିଳିତ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସେନା କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ କେ.ଜେ.ଏସ୍‌ ଧିଲୋନ କହିଛନ୍ତି, କଶ୍ମୀରରେ ହେଉଥିବା ଆତଙ୍କବାଦୀ ଘଟଣା ପଛରେ ପାକିସ୍ତାନୀ ସେନା ଓ ଆଇଏସ୍‌ଆଇର ହାତ ରହିଛି। ଏ ସମସ୍ତ ଘଟଣା ପାଇଁ ଏମୋନେ ହିଁ ଦାୟୀ ବୋଲି ସେନା କମାଣ୍ଡର କହିଛନ୍ତି। ଏଥିସହ ପାକିସ୍ତାନ ଚଳିତ ବର୍ଷ ଅମରନାଥ ଯାତ୍ରାରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲା। ଯେଉଁ ଯୋଜନାକୁ ପଣ୍ଡ କରିବାରେ ଭାରତୀୟ ସୁରକ୍ଷାକର୍ମୀ ସଫଳ ହୋଇଛନ୍ତି। ଅମରନାଥ ଯାତ୍ରା ରାସ୍ତାରେ ଏକ ସ୍ଥାନରୁ ଏମ୍‌-୨୪ ଆମେରିକା ସ୍ନିପର ରାଇଫଲ୍‌ ଓ ଦୂରବୀକ୍ଷଣ ଯନ୍ତ୍ରକୁ ପୋଲିସ ପକ୍ଷରୁ ଜବତ କରାଯାଇଛି ବୋଲି ଧିଲୋନ କହିଛନ୍ତି। ଏଥିସହ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ସେନା ପକ୍ଷରୁ ନଜର ରଖାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ପୋଲିସ ଡିଜିପି ଦିଲ୍‌ବାଗ ସିଂହ କହିଛନ୍ତି, କଶ୍ମୀରରେ ସ୍ଥାନୀୟ ଯୁବକ ଆତଙ୍କବାଦୀ ହେଉଥିବା ମାମଲା ଏବେ ହ୍ରାସ ପାଇଛି। ଆତଙ୍କବାଦୀ ହେଉଥିବା ବହୁ କଶ୍ମୀର ଯୁବକ ଏବେ ନିଜ ଘରକୁ ଫେରିଯାଇଛନ୍ତି ବୋଲି ପୋଲିସ ଡିଜିପି କହିଛନ୍ତି। ଅପରପକ୍ଷରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହ ନେଇ ଅମରନାଥ ଯାତ୍ରୀଙ୍କୁ ତୁରନ୍ତ ଯାତ୍ରା ସାରି ଫେରିଯିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri