ପାକିସ୍ତାନରେ ହିନ୍ଦୁ ଶିକ୍ଷକଙ୍କ ଉପରେ ଆକ୍ରମଣ, ମନ୍ଦିର ଭଙ୍ଗାରୁଜା

ଇସ୍‌ଲାମାବାଦ୍‌,୧୫।୯: ପାକିସ୍ତାନରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ। ସିନ୍ଧ୍‌ ପ୍ରାନ୍ତରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଉପରେ କିଛି କଠୋରପନ୍ଥୀ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସେଠାରେ ଥିବା ଏକ ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏସବୁ ଦେଖି ସ୍ଥାନୀୟ ପୋଲିସ ନୀରବ ରହିଛି। ନିକଟରେ ପାକିସ୍ତାନରେ ଜଣେ ଶିଖ୍‌ ଯୁବତୀଙ୍କୁ ଜୋରଜବରଦସ୍ତ ଧର୍ମାନ୍ତରଣ କରାଯାଇ ବିବାହ କରିଦିଆଯାଇଥିବା ଖବର ସାମ୍ନାକୁ ଆସିଥିଲା।

Share