Categories: ଜାତୀୟ

ପାକିସ୍ତାନରେ ଆତଙ୍କବାଦୀଙ୍କୁ ମିଳିଛି ସରକାରୀ ସୁରକ୍ଷା: ଜୟଶଙ୍କର

ନୂଆଦିଲ୍ଲୀ,୨୭।୬: ପାକିସ୍ତାନରେ ଆତଙ୍କବାଦୀଙ୍କୁ ସରକାରୀ ସୁରକ୍ଷା ମିଳିଛି। ବ୍ରିଟେନ୍‌-ଭାରତ ପ୍ରତିନିଧିସ୍ତରୀୟ ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହା କହିଛନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ଏକ ଶିଳ୍ପସଂସ୍ଥା ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ସରକାର ଏନେଇ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ମନ୍ତ୍ରୀ ପଦ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଜୟଶଙ୍କର ପାକିସ୍ତାନ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନ ପୃଥିବୀର ଏକମାତ୍ର ଦେଶ ଯେଉଁଠି ଆତଙ୍କବାଦୀଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Share