ପାକିସ୍ତାନରୁ ଆମଦାନୀ ୯୨% ହ୍ରାସ

ନୂଆଦିଲ୍ଲୀ,୧୦-୬: ଚଳିତବର୍ଷ ମାର୍ଚ୍ଚ ମାସରେ ଦେଶ ମଧ୍ୟକୁ ପାକିସ୍ତାନରୁ ଆମଦାନୀ ୯୨% ହ୍ରାସ ଘଟି ୨.୮୪ ନିୟୁତ ରହିଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ୨୦୦% ଟିକସ ଲାଗୁ କରିଥିଲା। ଏହା ପରେ ସେଠାରୁ ଭାରତକୁ ହେଉଥିବା ସାମଗ୍ରୀ ରପ୍ତାନି ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଭାରତ ଫେବୃୟାରୀ ୧୬ରେ ଏଭଳି କଠୋର ପଦକ୍ଷେପ ନେଇଥିଲା। ପାକିସ୍ତାନରୁ ଆସୁଥିବା କପା, ପନିପରିବା, ସିମେଣ୍ଟ, ପେଟ୍ରୋଲିୟମ ସାମଗ୍ରୀ ଏବଂ ଖଣିଜ ସମେତ ଅନ୍ୟ ସମସ୍ତ ସାମଗ୍ରୀ ଉପରେ ସରକାର ଆମଦାନୀ ଟିକସକୁ ବଢାଇବା ଲାଗି ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ମୁତାବକ ଭାରତ ପାକିସ୍ତାନଠାରୁ ୨୦୧୮ ମାର୍ଚ୍ଚରେ ୩୪.୬୧ ନିୟୁତ ଡଲାରର ସାମଗ୍ରୀ ଆମଦାନୀ କରିଥିଲା।
ଚଳିତ ବର୍ଷ ମାର୍ଚ୍ଚରେ ପାକିସ୍ତାନରୁ ଆସିଥିବା ମୋଟ ୨.୮୪ ନିୟୁତ ଡଲାର ସାମଗ୍ରୀ ମଧ୍ୟରୁ କପାର ଅଂଶ ୧.୧୯ ନିୟୁତ ଡଲାର ରହିଛି। ଭାରତ ଏହି ସମୟ ମଧ୍ୟରେ ପାକିସ୍ତାନରୁ ପ୍ଲାଷ୍ଟିକ, କପଡା, ପାପାରେଲ ସାମଗ୍ରୀ, କେମିକାଲ, ଓଲ୍‌ ଏବଂ ପାରମ୍ପରିକ ଫିଲାମେଣ୍ଟ ଭଳି ପ୍ରଡକ୍ଟ ଏବଂ ସାମଗ୍ରୀ ମଗାଇଛି। ୨୦୧୮-୧୯ ଜାନୁୟାରୀ-ମାର୍ଚ୍ଚ ସମୟ ମଧ୍ୟରେ ପାକିସ୍ତାନରୁ ଆମଦାନୀ ୪୭% ହ୍ରାସ ହୋଇ ୫୩.୬୫ ନିୟୁତ ଡଲାର ରହିଛି। ସେହିଭଳି ପାକିସ୍ତାନକୁ ଭାରତର ରପ୍ତାନି ୩୨% କମିବା ଫଳରେ ଏହା ୧୭୧.୩୪ ନିୟୁତ ଡଲାର ରହିଛି। ୨୦୧୮-୧୯ରେ ପାକିସ୍ତାନକୁ ମୋଟ ରପ୍ତାନି ୭.୪% ବଢି ୨ ବିଲିୟନ ଡଲାର ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri