Categories: ଜାତୀୟ

ପାକିସ୍ତାନକୁ ପୁଣି ଚେତାବନୀ ଦେଲେ ରାଜନାଥ ସିଂ: ଭାରତ ବି କରିପାରେ ପରମାଣୁ ଆକ୍ରମଣ

ସିଓଲ,୫।୯: ପାକିସ୍ତାନକୁ ପୁଣି ଥରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେତାବନୀ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଭାରତ ମଧ୍ୟ ପରମାଣୁ ଆକ୍ରମଣ କରିବ ବୋଲି ସେ ଦକ୍ଷିଣ କୋରିଆ ଗସ୍ତ କାଳରେ ସୂଚନା ଦେଇଛନ୍ତି। ଭାରତ ପରମାଣୁ ଆକ୍ରମଣ ନ କରିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛି। ଯଦି ଅନ୍ୟ କୌଣସି ଦେଶ ପ୍ରଥମେ ଭାରତ ଉପରେ ଆକ୍ରମଣ କରିବ ତେବେ ଏହାର ଉଚିତ ଜବାବ ଦିଆଯିବ ବୋଲି ରାଜନାଥ କହିଛନ୍ତି। ନିଜର ସୁରକ୍ଷା ଲାଗି ଭାରତ ସମସ୍ତ ଶକ୍ତି ପ୍ରୟୋଗ କରିବାକୁ ସକ୍ଷମ ଥିବା ସେ କହିଛନ୍ତି।

Share