Categories: ଜାତୀୟ

ପାଓ୍ବାର, ଉଦ୍ଧବଙ୍କୁ ଜଣାଇଲେ ଏନ୍‌ସିପି ବିଧାୟକ: ମନ୍ତ୍ରୀପଦ ଯାଚୁଛନ୍ତି ଅଜିତ

ମୁମ୍ବାଇ,୨୫ା୧୧: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ରବିବାର ଏନ୍‌ସିପି ବିଧାୟକମାନଙ୍କୁ ମୁମ୍ବାଇର ନେରେସାଁ ହୋଟେଲରେ ସାକ୍ଷାତ କରିଛନ୍ତି। ବର୍ତ୍ତମାନର ରାଜନୈତିକ ସ୍ଥିତିରେ ବିଧାୟକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ବୋଲି ପାଓ୍ବାର ସେମାନଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଧାୟକମାନେ ଦୁଇନେତାଙ୍କୁ ଜଣାଇଛନ୍ତି ଯେ, ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କଠାରୁ ଫୋନ୍‌ କଲ୍‌ ଆସୁଛି। ଅଜିତ ସେମାନଙ୍କୁ ସମର୍ଥନ ପାଇଁ କହିବା ସହ ମନ୍ତ୍ରୀପଦ ଯାଚୁଛନ୍ତି। ଏହାକୁ ନେଇ ଉଦ୍ଧବ କହିଥିଲେ, ଚିନ୍ତା କରନ୍ତୁ ନାହିଁ। ଏହି ସମ୍ପର୍କ ଦୀର୍ଘ ସମୟ ଧରି ବଜାୟ ରହିବ। ଆମ ମେଣ୍ଟ ବହୁ ଦିନ ତିଷ୍ଠିବ। ବିଧାୟକଙ୍କୁ ଭେଟିବା ପରେ ଉଦ୍ଧବ ଓ ପାଓ୍ବାର ହୋଟେଲରେ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ।

Share