Categories: ଜାତୀୟ

ପାଓ୍ବାରଙ୍କୁ ଭେଟିଲେ କଂଗ୍ରେସ ନେତା

ମୁମ୍ବାଇ,୯ା୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତାମାନେ ଶୁକ୍ରବାର ରାତିରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନାନୁସାରେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଦେ, ଅଶୋକ ଚଭନ, ପୃଥ୍ବୀରାଜ ଚଭନ ଓ ବାଲାସାହେବ ଥୋରଟ୍‌ ପାଓ୍ବାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ବିକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିନ୍ଦେ କହିଛନ୍ତି, ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଚାହୁଁଛି। ତେଣୁ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ଅଶୋକ କହିଛନ୍ତି, ରାଜ୍ୟରେ ଏକ ଅଣଭାଜପା ସରକାର ଗଠନ ପାଇଁ ଆମେ ଚାହୁଁଛୁ। ରାଜ୍ୟପାଳଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛୁ।

Share